ପିଠାରେ ମହକୁଚି ଓଡିଶା

କଳାହାଣ୍ଡି – ବଲାଂଗିର ଜନତାଙ୍କ ମଧ୍ୟରେ ପର୍ବର ମାହୋଲ୍

କଳାହାଣ୍ଡି/ବଲାଂଗିର,୧୮/୧:
ଆମ ଗାଁ ଆମ ବିକାଶ ଅନ୍ତର୍ଗତ ‘ପିଠା’ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଓ ବୁଦ୍ଧିଜିବୀ ମହଲରେ ନାନା ବାକ୍ ବିତଣ୍ଡା, ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ତୃଣମୂଳ ସ୍ଥରର ସାଧାରଣ ଜନତା ଏଥିରୁ ବହୁ ଦୂରରେ ରହି ପିଠା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ମାନଙ୍କ ବିଷୟରେ ଜାଣି ପାରୁଛନ୍ତି । ସାରା ଓଡିଶା ପିଠାର ମହକରେ ମହକି ଉଠୁଥିବା ବେଳେ କଳାହାଣ୍ଡି – ବଲାଂଗିର ଜନତାଙ୍କ ପାଇଁ ଏହା ପର୍ବର ମାହୋଲ ସୃଷ୍ଟି କଲା ପରି ମନେହେଉଚି । ପୂର୍ବରୁ ପଞ୍ଚାୟତ ମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯେଉଁ ପରିମାଣରେ ମହିଳା ମାନେ ଯୋଗ ଦେଉଥିଲେ ପିଠା କାର୍ଯ୍ୟକ୍ରମରେ ସେମାନଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇଥିବା ଦେଖାଯାଉଛି । ସରକାରୀ ଯୋଜନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନସଂପର୍କକୁ ଯେଉଁ ପଞ୍ଚାୟତ କତୃପକ୍ଷ ଅଧିକ ଗୁରୁତ୍ବ ଦେଉଛନ୍ତି ସେହି ପଞ୍ଚାୟତରେ ସେତେ ଅଧିକ ଜନ ସମାଗମ ପରିଳକ୍ଷିତ ହେଉଛି ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ଆଜି ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି , ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି, ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ, ବିଏସସଓ ସସ୍ମିତା ହୋତା, ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ, ରୁପ୍ରାରୋଡ ସେବା ସମବାୟ ସମିତି ସଭାପତି ଦେବରାଜ ମାଝୀଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଞ୍ଚାସିନ ରହି ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରିବାସହ ଉପସ୍ଥିତ ଜନ ସମୁଦାୟଙ୍କୁ ସରକାରୀ ଯୋଜନାର ଉପାଦେୟତା ସମନ୍ଧରେ ସଚେତନ କରିଥିଲେ । ଏଥିରେ ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କ ସହ ପ୍ରବଳ ଜନ ସମାଗମ ହୋଇଥିଲା । ବିଜୁ ଯୁବ ବାହିନୀ, ଅଙ୍ଗନୱାଡି ଓ ଆଶା କର୍ମି ମାନେ ସହଯୋଗ କରିଥିଲେ । ପରେପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ ।

Omkar Vasthu
Omkar Vasthu

ସେହିପରି ଭାବେ ରାକ୍ସି ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡିଓ ଡଃ ବ୍ୟାସଦେବ ବେହେରା, ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି, ସିଡିପିଓ ଦିପ୍ତିମୟୀ ମାର୍ଗାରେଟ ଖଣ୍ଡପାଣି, ଡବ୍ଲୁଇଓ ପିକେ ଭୂଜବଲଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଜେ ସନର୍ଯ୍ୟା, ଗ୍ରାମ୍ୟ କୃଷି କର୍ମଚାରୀ ଚଞ୍ଚଳା ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରିସାନ୍ତ ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମୋ ଏଲିଡି, ସୁନେତ୍ର ଆଦି ବିଭିନ୍ନ ଯୋଜନାର ହିତାଧିକାରୀ ମାନେ ଆଜିର ପିଠା କାର୍ଯ୍ୟକ୍ରମରେ ଉପକୃତ ହୋଇଛନ୍ତି । ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ସବୁ ଖୋଲିବା ସହ ଅଙ୍ଗନୱାଡି, ଆଶା ଓ ବିଜୁ ଯୁବ ବାହିନୀ ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସଂଚାର, ସଂକିର୍ତନ୍ୟ, ଘୁମୁରା, ଖଞ୍ଜଣୀ ଭଜନ ଓ ଲାଉତୁମ୍ବା ବାଦନ ଦର୍ଶକଙ୍କ ମନ ମୋହିଥିଲା । ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ସରପଞ୍ଚ ବିଜୟ କୁମାର ଧଙ୍ଗଡା ମାଝୀ । ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ପରିଳକ୍ଷିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ବଲାଂଗିର ଜିଲ୍ଲା ଗୁଡ଼ଭେଳା ବ୍ଲକର ବଡ଼ଗୋମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଡଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମବିଳାଶ ମଙ୍ଗରାଜ ଓ ସ୍ଥାନୀୟ ସରପଞ୍ଚ  ପ୍ରଭାସିନୀ ପ୍ରଧାନ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକା ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହିତ “ମିଶନ ଶକ୍ତି ୠଣ ଯୋଜନା ର ବୈଶିଷ୍ଟ୍ୟ ” ବିଷୟରେ ବୁଝେଇ ଏପ୍ରିଲ ୨୦୧୭ ପୂର୍ବରୁ ଏବଂ ପରେ ଗଠିତ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପନ୍ଦର ହଜାର ଟଙ୍କାର ସିଡ୍ ମନି ସହାୟତା ପ୍ରଦାନ, ସୁନେତ୍ର ଯୋଜନା ମାଧ୍ୟମରେ ଚଷମା, ଆମ ଏଲଇଡି ଯୋଜନାରେ ହିତାଧିକାରୀ ମାନଙ୍କୁ ଏଲଇଡି ବଳ ଓ ଖାଦ୍ୟ ସୁରକ୍ଷା ଆଇନ ରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ । ସମସ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା ।

Udyog Nursery
Udyogi Nursery

ସେହିପରି ଭାବେ ଆଜି ବଲାଂଗିର ଜିଲ୍ଲାର ଧରପଗଡ, କୁଇକେଡା, ଗଣ୍ଡପତ୍ରାପାଲି ଆଦି ବିଭିନ୍ନ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଛି । ବର୍ତମାନ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମରେ କାଁ ଭାଁ ଗୋଟିଏ ଦୁଇଟି ପଞ୍ଚାୟତକୁ ଛାଡିଦେଲେ ଅଧିକାଂଶ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହେଉଥିବା ଖବର ଆମର ହସ୍ତଗତ ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡ, ରାମନାରାୟଣ ବାଗ ଓ ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.