ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ପ୍ରଥମ ସଦସ୍ୟ ଭାବେ ସାମିଲ ହେଲେ ସିତୁ ବୋଧଙ୍କର

ନୂଆପଡା: ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ତଥା ଖାଦ୍ୟ ଓ ପାନୀୟ ମଣିଷ ଜୀବନ ଅତି ଆବଶ୍ୟକୀୟ ହୋଇପଡିଛି। ତେବେ ବର୍ତମାନ ସାରା ବିଶ୍ୱ କରୋନା ମହାମାରୀର ମୁକାବିଲା କରିଛି। ବିଭିନ୍ନ ଦୃଷ୍ଟି କୋଣରୁ ଅନେକ ଜରିଆରେ ଜନସାଧାରଣ ଓ ସରକାରଙ୍କ ସମ୍ମୁଖରେ ନାନା ସମସ୍ୟା ଦେଖା ଦେଇଛି। ସମସ୍ୟାର ସମାଧାନ ଦିଗରେ ଓ ଏକ ଶିକ୍ଷିତ ତଥା ଉତ୍ତମ ସମାଜ ଗଠନରେ ଓଡିଶା ସରକାର ଏକ ନିବେଦନ ଜରିଆରେ ମୋ ସ୍କୁଲ ଭଳି ଏକ ଅଭିଯାନ ଆରମ୍ବ କରିଛନ୍ତି। ଯେଉଁଥିରେ ଓଡିଶାର ଯେ କୌଣସି ସରକାରୀ ସ୍କୁଲକୁ ଜନସାଧାରଣ ପୋଷ୍ୟ ସ୍କୁଲ ରୂପେ ଆପଣାଇ ପାରିବେ। ଏଭଳି ଏକ ଭିନ୍ନ ପ୍ରୟାଶକୁ ସ୍ୱାଗତ କରି କାର୍ଯ୍ୟକାରୀ କରିଛନ୍ତି ନୂଆପଡା ଜିଲ୍ଲା ସଦର ସ୍ଥିତ ବୋଧଙ୍କର ଚାରିଟେବୁଲ ଟ୍ରଷ୍ଟର ଫାଉଣ୍ଡର କ୍ଷିତୀଶ ବୋଧଙ୍କର (ସିତୁ ) ଏକ ଦାଇତ୍ୱବାନ ଓଡ଼ିଆ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯାନକୁ ସଫଳ କରିବାରେ ସେ ଜିଲ୍ଲାରେ ପ୍ରଥମ କରି ଆଜି ମୋ ସ୍କୁଲ ଅଭିଯାନର ସଦସ୍ୟ ହୋଇଛନ୍ତି। ସେ ନିଜେ ବାଲ୍ୟକାଳରେ ପାଠ ପଢି ଥିବା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ସ୍କୁଲକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିଛନ୍ତି। ନୂଆପଡା ବି.ଇ.ଓ.ଙ୍କ ସହିତ ଆଲୋଚନା କରି ସେ ମୋ ସ୍କୁଲ ଅଭିଯାନର ସଦସ୍ୟତାରେ ସାମିଲ ହୋଇଛନ୍ତି। ସରକାରଙ୍କ ସୁସ୍ଥ ଓ ଶିକ୍ଷିତ ସମାଜର ଗଠନ ନିମିତ୍ତ ଏକ ଶକ୍ତ ମୂଳଦୁଆ ପକାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା କରାଯାଉଛି। ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.