ବାପୁଜୀଙ୍କ ତିରୋଧାନ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଂଜଳି

ରାୟଗଡ, (ଶିବ ନାରାୟଣ ଗୈାଡ): ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ତଥା ବାପୁଜୀଙ୍କ ତିରୋଧାନ ଦିବସ ଅବସରରେ ସ୍ଥାନୀୟ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦ ଦିବସ ପାଳନ କରାଯାଇଛି । ଏଥିରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କ ସମେତ ସହକାରୀ ଜିଲ୍ଳାପାଳମାନେ ଏବଂ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ ।


ଅଗ୍ନିଶମ ବିଭାଗ ରାୟଗଡ ରାୟଗଡ ତରଫରୁ ପୂର୍ବାହ୍ନ ୧୦ଟା ୫୯ମିନିଟରେ ସାଇରନ୍ ପରେ ନୀରବ ପ୍ରାର୍ଥନା ଆରମ୍ଭ ହୋଇ ୧୧ଟା ୦୨ମିନିଟରେ ଦ୍ୱିତୀୟଥର ସାଇରନ ପର୍ଯ୍ୟନ୍ତ ୨ମିନଟ୍ ପାଇଁ ପ୍ରାର୍ଥନା କରାଯାଇଥିଲା ।


ସେହିପରି ସ୍ଥାନୀୟ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମଧ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ରାୟଗଡ ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଅବସ୍ଥାପିତ ବାପୁଜୀ ଓ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ପୈାର ପରିଷଦର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.