ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆର୍ପାର୍ଟମେଂଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ସଂଘ ସହ ଜିଲ୍ଳାପାଳଙ୍କ ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହରକୁ ଏକ ସଂପୂର୍ଣ୍ଣ ସୁସ୍ଥ ପରିମଳ ସହର ଭାବେ ଗଢି ତୋଳିବା ନିମନ୍ତେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ରାୟଗଡ ପୈାର ପରିଷଦ ସୈାଜନ୍ୟତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ପୈାର ପରିଷଦ ପ୍ରଶାସକ ତଥା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଆପାର୍ଟମେଂଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ସଂଘର ମାଲିକ ଓ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶେଷ କରି ସହରରେ ବଜ୍ୟବସ୍ତୁ ପରିଚାଳନା ନିମନ୍ତେ ପୈାର ପରିଷଦ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକ ସ୍ୱାଗତ ଯୋଗ୍ୟ ରହିଥିଲେ ମଧ୍ୟ ସହରବାସୀଙ୍କ ଆହୁରି ସହଯୋଗ ନିତାନ୍ତ୍ୟ ଆବଶ୍ୟକ ରହୁଛି । ତେଣୁ ସହରକୁ ସୁସ୍ଥ ପରିମଳ ସହର ଭାବେ ଗଠନ କରିବାକୁ ହେଲେ ବିଭିନ୍ନ ୱାର୍ଡରେ ଗଢି ଉଠିଥିବା ଆପାର୍ଟମେଂଟ ଗୁଡିକରେ ରହୁଥିବା ଲୋକଙ୍କ ସଂପୂର୍ଣ୍ଣ ସମର୍ଥନର ଆବଶ୍ୟକତା ରହିଛି । ସେହିପରି ସହରର ମୁଖ୍ୟ ବଜାର ସମେତ ଅନ୍ୟ ସ୍ଥାନଗୁଡିକରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ସହଯୋଗର ମଧ୍ୟ ଆବଶ୍ୟକତା ରହିଛି ବୋଲି ବୈଠକରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଆଲୋକପାତ କରାଇଥିଲେ ।

Udyog Nursery
Udyogi Nursery


ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ବୈଠକର ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନା କରିଥିଲେ । ମୁଖ୍ୟତଃ ସହରରେ ଥିବା ଆପାର୍ଟମେଂଟଗୁଡିକରୁ ସଂଗଠିତ ଓ ନିର୍ବିଘ୍ନ ଭାବେ ପୃଥିକରଣ ବଜ୍ର‌୍ୟବସ୍ତୁ ସଂଗ୍ରହ କରିବା, ଠିକ୍ ସମୟରେ ପୈାର ପରିଷଦ ପକ୍ଷରୁ ଆର୍ବଜନାକୁ ଉଠାଇବା, ବିିଭିନ୍ନ ସ୍ଥାନରେ ଆର୍ବଜନା ଜମା କରି ପରିବେଶକୁ ଅପରିଷ୍କାର କରୁଥିବା ଜମାକାରୀଙ୍କ ଠାରୁ ଜୋରିମାନା ଆଦାୟ କରିବା, ପଲିଥିନ୍ ବାରଣ ସ୍ୱତ୍ୱେ ପଲିଥିନ୍ ବ୍ୟବହାର ହେଉଥିବାରୁ ତାହା ଉପରେ ରୋକ ଲଗାଇବା, ବ୍ୟବସାୟିକ ପ୍ରତିଷ୍ଠାନମାନେ ଯୁଗ୍ମ ଡଷ୍ଟବିନ୍ ସ୍ଥାନିତ କରିବା,ଏକ ଉର୍ତ୍ସଗୀକୃତ ୱାଟସ୍‌ଅପ୍ ମାଧ୍ୟମରେ ସହରବାସୀଙ୍କ ଠାରୁ ବିଭିନ୍ନ ସମସ୍ୟା ଉପରେ ଦୈନନ୍ଦିନ ଅଭିଯୋଗ ଶୁଣିବା, ରାତ୍ର ସଫେଇ ଅଭିଯାନକୁ ପ୍ରତ୍ୟେକ ୱାର୍ଡକୁ ବ୍ୟାପକ କରିବା, ମାସର ପ୍ରଥମ ରବିବାର ଦିନ ମିଳିମିଶି ପ୍ରତ୍ୟେକ ୱାର୍ଡରେ ବ୍ୟାପକ ସଫେଇ କାର୍ଯ୍ୟ କରିବା ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ପରେ କିଛି ହିତାଧିକାରୀମାନଙ୍କୁ ଜିଲ୍ଳାପାଳ ଶ୍ରୀ ମିଶ୍ର ମଧୁବାବୁ ପେନସନ୍ ଯୋଜନାରେ ଭତା ବଂଟନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.