‘ଲୋକ ସଂସ୍କୃତି ହେଉଛି ଅଞ୍ଚଳର ଅସ୍ମିତା, ତାକୁ ବଞ୍ଚେଇ ରଖିବା ଆମର ପରମଧ୍ୟେୟ’

ଯୁଗଯାତ୍ରୀ ସାହିତ୍ୟ ସଂସଦର ପୁଷ୍‌ପୁନି ଭେଟ୍‌

କଳାହାଣ୍ଡି, (ହେମନ୍ତ ସାହୁ): ଲୋକ ସଂସ୍କୃତି ହେଉଛି ଗୋଟିଏ ଅଂଚଳର ଅସ୍ମିତା ଏହାରି ମାଧ୍ୟମରେ ଅଂଚଳର ପରିଚୟକୁ ଆମେ ପରିବ୍ୟାପ୍ତ କରିପାରିବା। ଏହି ସବୁ ସଂସ୍କୃତିକୁ ବଂଚେଇବାର ଆବଶ୍ୟକତା ରହିଛି । ତେଣୁ ଏନେଇ ପାରମ୍ପରିକ
କାର୍ଯ୍ୟକ୍ରମ ବଜାୟ ରଖିବା ଆବଶ୍ୟକ ବୋଲି କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ‘ପୁଷ୍‌ପୁନି ଭେଟ୍’ରେ ମତ ପ୍ରକାଶ ପାଇଛି ।

Omkar Vasthu
Omkar Vasthu


ଅନୁଷ୍ଠାନର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଯୁବକବି ନରୋନ୍ଦ୍ର କୁମାର ଭୋଇ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ କୌତୁକ ପନ୍ଦର ଯୋଗ ଦେଇଥିବା ବେଳେ ସଂପାଦକ ହେମନ୍ତ ସାହୁ ସଭା ପରିଚାଳନା
କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ ଯୁବଗାଳ୍ପିକ ଡ଼ିଲେଶ୍ୱର ରଣା ସଂଯୋଜନା କରିଥିବା ବେଳେ ବରଷ୍ଠ କବି ଘାସିରାମ ମିଶ୍ର, ଉଦୟ ନାୟକ, ସରସ୍ୱସୀ ମିଶ୍ର, ଆଶିଷ କୁମାର ମିଶ୍ର, ମାନସ ରଂଜନ ପ୍ରହରାଜ, ହୃଦାନନ୍ଦ ସାହୁ, ରାମେଶ୍ୱର ପ୍ରସାଦ ସାହୁ, କାହ୍ନୁଚରଣ ସାହୁ, ସତ୍ୟ ନାରାୟଣ ସାହୁ, ଅଧ୍ୟାପିକା ଲିପ୍ସାମୟୀ ଦୁବେ, ମଧୁସୂଦନ ସିଂ ପ୍ରମୁଖ କବିତା ପାଠ କରିଥିଲେ ।

Udyog Nursery
Udyogi Nursery


ସଂସଦର ସଭ୍ୟ ପରମାନନ୍ଦ ବିଶି ଧନ୍ୟବାଦାର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପବନ କୁମାର ମହାଲିକ, ପପୁ ଅଗ୍ରଓ୍ବାଲ, ରଶ୍ମି ରଂଜନ ପ୍ରହରାଜ, ମିତେଶ ପଣ୍ଡା, ଦିବାକାର ସାହୁ, ଜଳେଶ୍ୱମର ହେର୍ଣ୍ଣା, ସତ୍ୟଜିତ ଚାଟାର୍ଜିୀ, ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.