ପୂଜାରିଗୁଡା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୁରୁଜୁଗୁଡାକୁ ହରାଇ ଖେଦାପଡା ଦଳ ବିଜୟୀ

ରାୟଗଡ, (ଶିବ ନାରାୟଣ ଗୈାଡ): ପୂଜାରୀଗୁଡା ଗ୍ରାମରେ ଚାଲିଥିବା ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟର ଶେଷ ଫାଇନାଲ ମ୍ୟାଚଟି ଖେଦାପଡା ଓ ବୁରୁଜୁଗୁଡା ଦଳ ମଧ୍ୟରେ ଖେଳାଯାଇଥିବା ବେଳେ ଖେଦାପଡା ଦଳ ବିଜୟ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦଜାପନୀ ମ୍ୟାଚରେ ବିଜୁ କୃଷକ ଜନତା ଦଳର ରାଜ୍ୟ ସଂପାଦକ ବି.ତିରୁପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱିନର ଦଳକୁ ୧୫ହଜାଟ ଟଙ୍କା ସହ କପ ଓ ରନର୍ସ ଅପ ଦଳକୁ ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ।

Udyog Nursery
Udyogi Nursery


ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଶ୍ରୀମତି ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ, ଜିଲ୍ଳା ପରିଷଦ ସଭ୍ୟା ସୋମି ହିିମିରିକା, କାଲିଗୁଡା ପଂଚାୟତ ସରପଂଚ ଭାମିନୀ ମିଣିଆକା, ସମିତି ସଭ୍ୟ ଏସ.ଲକ୍ଷ୍ମୀ, ଇମ୍ଫା ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ, ବିଜୁ ଯୁବ ଜନତା ଦଳର ଜିଲ୍ଳା ସଂପାଦକ ଗୋପିନାଥ ମୁଶୁକା ଓ ଛାତ୍ର ଜନତା ଦଳର ବ୍ଳକ ସଭାପତି ଏସ.ସନ୍ତୁ ଓ ବିଜୁ ଶ୍ରମିକ ସଂଗଠନ ଶ୍ରମିକ ନେତା ନିରଂଜନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।


ରାୟଗଡ ଜିଲ୍ଳା କୋଲନରା ବ୍ଳକ କେଲିଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ପୂଜାରିଗୁଡା ଠାରେ ଅନୁଷ୍ଠିତ ଏହି ଭଲିବଲ ଟୁର୍ଣ୍ଣାମେଂଟ ଦେଖିବା ପାଇଁ ଆଖପାଖ ଅଂଚଳର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ । ଗତ ଜାନୁଆରୀ ମାସ ୧୫ତାରିଖରୁ ଆରମ୍ଭ ହୋଇ ୩୦ତାରିଖରେ ଶେଷ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.