ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସଚେତନ ନାଗରିକଙ୍କ ବୈଠକ

କୋକସରା, (ହିରନ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ରେଳ ଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ଅଧାରେ ଅଟକିଛି । ବିଗତ ଦିନରେ ଜୁନାଗଡ଼ ଠାରୁ ନବରଙ୍ଗପୁରକୁ ରେଳ ପ୍ରକଳ୍ପ ସଂଯୋଗୀକରଣ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅନେକ ଉତ୍ସୁକତା ଦେଖାଦେଇଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଅନିଶ୍ଚିତତା ଦେଖାଦେଇଛି । ଫଳରେ ଅଞ୍ଚଳବାସୀଙ୍କ ସ୍ୱପ୍ନ ଅଧା ବାଟରେ ଅଟକି ରହିଛି । ବିଭିନ୍ନ ସମୟରେ ଏହି ରେଳ ପ୍ରକଳ୍ପକୁ କାର୍ଯକାରୀ କରିବାକୁ ଦାବି ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ କୋକସରା ବ୍ଲକ ସଚେତନ ନାଗରିକ, ବୁଦ୍ଧିଜୀବୀଙ୍କୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସଚେତନ ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗ ଦେଇଥିଲେ । ଏଥିରେ ଉପସ୍ଥିତ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ଶିଘ୍ର ଜୁନାଗଡ଼ରୁ ନବରଙ୍ଗପୁର ଅଟକିଥିବା ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିକଟରେ ଦାବି ଉପସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଆଲୋଚନାରେ ମିନିକେତନ ପ୍ରଧାନୀ, ଜଗବନ୍ଧୁ ମାଝୀ, ତ୍ରିନାଥ ବାଗ, ଜୟଲାଲ ନାଏକ, ଚିନ୍ତାମଣି ପଟେଲ, ଗରୁଡଧ୍ୱିଜ ମାଝୀ, ଚକାଡୋଳା ପାତ୍ର, ଧବଲେଶ୍ୱର ନାଗ, ବୁଟୁନାଥ ସରାବୁ, ରୁତୁରାଜ ମାଝୀ, ଲକ୍ଷ୍ମୀଧର ପୁଝାରୀ, ଅଶୋକ ଅଗ୍ରୱାଲ, ଘନଶ୍ୟାମ ନାଏକ, ଘନଶ୍ୟାମ ଜାଲ, ନରାୟଣ ପଟ୍ଟନାୟକ, ରାଜେନ୍ଦ୍ର ନାଏକ, କହ୍ନେଇ ଚରଣ ଦାସ, କେଶବ ଚନ୍ଦ୍ର ନାଏକ, ସହଦେବ ପଟେଲ, ଭଜ ବେମାଲ, ଲକ୍ଷ୍ମୀନାରାୟଣ ପ୍ରଧାନୀ, ନୀମାଇ ଚରଣ ମାଝୀ ପ୍ରମୂଖ ସହ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.