ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଯୁବ ରେଡକ୍ରସ ଓ ଏନସିସି ତରଫରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଏନଟିସିପି ପରାମର୍ଶଦାତା ଶ୍ରୀମତି ସଂଯୁକ୍ତା ବାଗ ଯୋଗଦାନ କରିଥିଲେ ଏବଂ କ୍ୟାନସର ରୋଗର ପ୍ରକାରଭେଦ, ଲକ୍ଷଣ, କାରଣ ଏବଂ ଏହାର ନିରାକରଣ କିପିରି ହୋଇପାରିବ ବର୍ଣ୍ଣନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ଫିଜିକ୍ସ ବିଭାଗର ଅଧ୍ୟାପିକା ଡଃ.ବିମଳା କାର୍ଥିନ ମହାନ୍ତି ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମଟି ଯୁବ ରେଡକ୍ରସ କାଉନସେଲରସ୍ ରଘୁନାଥ ଭୁଏ, ଏନସିସି ଅଫିସର କ୍ୟାପଟେନ୍ ରୀତାରାଣୀ ମିଶ୍ର ପ୍ର୍ରମୁଖ ପରିଚାଳନା କରିଥିଲେ । ଏଥିରେ ଯୁବ ରେଡକ୍ରସର ୩୦ଜଣ ସ୍ୱେଚ୍ଛାସେବୀ ଏବଂ ଏନସିସିର ୨୦ଜଣ କ୍ୟାଟେଡ୍ସ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।