ପାଳକୁଡିଆରେ ନିଆଁ ଲାଗି ଦୁଇ ଶିଶୁ କନ୍ୟା ଜୀବନ୍ତଦଗ୍ଧ

ରାୟଗଡ/କାଶିପୁର: ରାୟଗଡ ଜିଲ୍ଳା କାଶିପୁର ଥାନା ଅନ୍ତର୍ଗତ ଲାକ୍ରିସ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆ ଲାଗି ଯିବାରୁ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି ଦୁଇଜଣ କୋମଳମତି ଶିଶୁ କନ୍ୟା । ମୃତ ଦୁଇ ଜଣ ହେଲେ ଲାକ୍ରିସ ଗ୍ରାମର ମାନିଙ୍ଗ ମାଝିଙ୍କ ୪ବର୍ଷର ଝିଅ କୁମାରୀ ମାଝି ଓ ଦୁର୍ଯ୍ୟୋଧନ ମାଝିଙ୍କ ୩ବର୍ଷର ଝିଅ ଦିବ୍ୟା ମାଝି । ଘଟଣା ସଂପର୍କରେ ଖବର ପାଇ କାଶିପୁର ଥାନା ଅଧିକାରୀ ସୁନୀଲ ଅରୁଣ କୁମାର ନାୟକଙ୍କ ସହ ପୋଲିସ ଟିମ୍ ଏବଂ ନିର୍ବାହୀ ମାଜିଷ୍ଟ୍ରେଟ୍ ତଥା କାଶିପୁର ଅତିରିକ୍ତ ତହସିଲଦାର କୁଶ ଗରଡା ପ୍ରମୁଖ ଘଟଣାସ୍ଥଳରେ ପଂହଚି ପାଳ କୁଡିଆରେ ଲାଗିଥିବା ନିଆଁରେ ଜୀବନ୍ତ ଦଗ୍ଧ ହୋଇଥିବା କୁମାରୀ ଓ ଦିବ୍ୟାର ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହି ଦୁଃଖଦ ଘଟଣା ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ପ୍ରକାରେ ଗାଁ ନିକଟରେ ଥିବା ଏକ ପନିପରିବା ବାଡ ଭିତରେ ଥିବା ଏକ ପାଳକୁଡିଆକୁ କୁମାରୀ ଓ ଦିବ୍ୟା ଦୁଇଜଣ ଖେଳିବାକୁ ଯାଇଥିବା ବେଳେ କୈାଣସି କାରଣରୁ ପାଳକୁଡିଆରେ ହଠାତ୍ ନିଆ ଲାଗି ଯାଇଥିବା ବେଳେ ନିଆ କବଳରୁ ଦୁଇ ଝିଅ ବର୍ତି ନ ପାରି ସେମାନେ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ବୋଲି ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.