ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ରାୟଗଡ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଫେବୃଆରୀ ୪ତାରିଖରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ଆର୍ତବନ୍ଧୁ ନାୟକ,ଏଡିଏମଓ ଡା.ବରଦାକାନ୍ତି ମିଶ୍ର,ଡିପିଏଚଓ ଡା.ଭି.ଏଲ.ଏନ.ରାଜୁ୍ ପ୍ର୍ରମୁଖ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରତିବର୍ଷ କ୍ୟାନସର ରୋଗରେ ପୀଡିତ ହୋଇ ୧୦ଲକ୍ଷ ଲୋକେ ବର୍ଷକରେ ନିଜ ମୂଲ୍ୟବାନ ଜୀବନକୁ ହରାଉଥିବାରୁ ସର୍ବସାଧାରଣଙ୍କ ସଚେତନତା ନିମନ୍ତେ ଏହି ରଥର ଶୁଭାରମ୍ଭ କରାଯାଇଛି ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧୀକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।


ଏଥିସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା କ୍ୟାନସର କେୟାର ୟୁନିଟ୍‌ର ରିପୋର୍ଟ ଅନୁଯାୟୀ ଗତ ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରୁ କ୍ୟାନସର ପୀଡିତ ରୋଗୀଙ୍କ ପାଇଁ କେମୋଥେରାପି ୟୁନିଟ୍ ଖୋଲାଯାଇଥିବା ବେଳେ ୨୦୧୯ ନଭେମ୍ବର ୭ ତାରିଖରେ ଉପଶମକ କେୟାର ଆରମ୍ଭ କରାଯାଇଛି । ୨୦୧୮-୧୯ବର୍ଷରେ ୫୨ ଜଣ, ୨୦୧୯-୨୦ ବର୍ଷରେ ୭୦ଜଣ ଏବଂ ୨୦୨୦-୨୧ ଫେବୃଆରୀ ମାସ ପର୍ଯ୍ୟନ୍ତ ୯୫ଜଣଙ୍କୁ ମିଶାଇ ମୋଟ ୨୧୭ଜଣ ରୋଗୀ ନିଜ ନାମ ପଂଜୀକୃତ କରି ଏହି ସେବା ପାଇ ଉପକୃତ ହେଉଛନ୍ତି । ସେହିପରି ୨୦୧୮-୧୯ବର୍ଷରେ ୫୨ଜଣ,୨୦୧୯-୨୦ବର୍ଷରେ ୪୧ଜଣ ଓ ୨୦୨୦-୨୧ ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ୬୮ଜଣଙ୍କୁ ମିଶାଇ ମୋଟ ୧୬୧ଜଣଙ୍କୁ କେମୋଥେରାପି ସେବା ପ୍ରଦାନ କରାଯାଇଥିବା ବେଳେ ୨୦୧୯-୨୦ ବର୍ଷରେ ୨୯ଜଣ ଏବଂ ଚଳିତ ୨୦୨୧ ଫେବୃଆରୀ ମାସ ପର୍ଯ୍ୟନ୍ତ ୨୭ଜଣ ମୋଟ ୫୬ଜଣଙ୍କୁ ଉପଶମକ କେୟାର ସେବା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.