ପୁରଣ ହେବାକୁ ଯାଉଛି ଦିର୍ଘ ଦିନର ସ୍ବପ୍ନ: ଜୋରାଡୋବରାରେ ଖୋଲିବ ଷ୍ଟେଟବ୍ୟାଙ୍କ ଶାଖା

କଳାହାଣ୍ଡି: ବର୍ତ୍ତମାନର ସମୟରେ ବ୍ୟାଙ୍କ କାରବାର ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକୀୟ ହୋଇପଡିଛି। ତେବେ କଳାହାଣ୍ଡି ଜିଲ୍ଲାର ଏକ ବୃହତ ଭୁଖଣ୍ଡ ଜୋରାଡୋବରା ଅଞ୍ଚଳରେ କୈାଣସି ବ୍ୟାଙ୍କ ନଥିବାରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ଲମୁଣ୍ଡା ବ୍ଲକ କୁଶୁର୍ଲାରେ +୨ ଓ +୩ କଲେଜ ସହ ଅନେକ ଶିକ୍ଷାନୁଷ୍ଠାନ ରହିଛି। ଏହାସହ ଶ୍ରମିକ ଶ୍ରେଣୀର ଲୋକଙ୍କ ଠାରୁ ଆରମ୍ଭକରି ବ୍ୟବସାୟୀ ଓ ଜନସାଧାରଣ ଟଙ୍କା ଲେନଦେଣକୁ ନେଇ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ। ଏହି ଅଞ୍ଚଳରେ ଏକ ବ୍ୟାଙ୍କ ଶାଖା ଖୋଳିବା ପାଇଁ ଅଞ୍ଚଳବାସୀ ଦାବୀ କରୁଥିଲେ ମଧ୍ୟ ଏହା ଅପୁରଣିୟ ହୋଇ ରହିଥିଲା।

Omkar Vasthu
Omkar Vasthu


ହଜାର ହଜାର ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି କଳାହାଣ୍ଡି ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି) ଏହି ଅଞ୍ଚଳରେ ଏକ ବ୍ୟାଙ୍କ ଶାଖା ଖୋଲିବାକୁ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ଏହାପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ବ୍ୟାଙ୍କ ଉଚ୍ଚ କତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଚିତ୍ତରଞ୍ଜନ ମଣ୍ଡଳଙ୍କ ଉଦ୍ୟମ ଏବଂ ମାନ୍ୟବର ମନ୍ତ୍ରୀଙ୍କ ଆନ୍ତରିକତା ଯୋଗୁଁ ଯୋରାଡୋବରା ଛକରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ସ୍ଥାପନ ହେବାକୁ ଯାଉଛି।

Pearl dental clinic
Near Ashish Medical Store, Bhawanipatna


ଏନେଇ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କର ଜେନେରାଲ ମ୍ୟାନେଜର। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଜେଡି ନେତା ତଥା ବରିଷ୍ଠ ଆଇନଜୀବି ଚିତ୍ତରଞ୍ଜନ ମଣ୍ଡଳ ତୃଣମୂଳ ସ୍ତରରେ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ୟାସବୁକୁ ଉଚ୍ଚ କତୃପକ୍ଷମାନଙ୍କୁ ଠାରେ ଉପସ୍ଥାପିତ କରି ଜନତାଙ୍କ ପ୍ରୟଭାଜନ ହୋଇପାରିଛନ୍ତି। ଏହା ବ୍ୟତିରେକ କୋଭିଡ ମହାମାରୀ ସମୟରେ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରିବା, ଅଞ୍ଚଳରେ ରକ୍ତଦାନ ଶିବିରର ଆୟୋଜନରେ ଭାଗିଦାରୀ ହେବା, ନର୍ଲା ନିର୍ବାଚନ ମଣ୍ଡଳୀର କ୍ରିଡ଼ା, ଶିକ୍ଷା, ସାଂସ୍କୃତିକ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ସେବାକାର୍ଯ୍ୟ ଜାରି ରଖିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.