ଇଣ୍ଡିଆନ ଫୁଡ଼ ପାର୍କ ପକ୍ଷରୁ ପଖାଳ ଦିବସ

କଳାହାଣ୍ଡି: ଭବାନୀପାଟଣା-ଜୁନାଗଡ଼ ରୋଡ଼ ସିଙ୍ଗଝରଣ ଛକ ଠାରେ ଥିବା ଇଣ୍ଡିଆନ ଫୁଡ଼ ପାର୍କ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍ୱତନ୍ତ୍ର ପଖାଳର ଶୁଭାରମ୍ଭ କରାଯାଇଛି। ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ସୁସ୍ୱାଦୁ ପଖାଳ ସହ ବିଭିନ୍ନ ପ୍ରକାର ରେସିପି ପରଷା ଯିବାକୁ ଫୁଡ଼ ପାର୍କ ପକ୍ଷରୁ ଯୋଜନା କରାଯାଇଛି।

Omkar Vasthu
Omkar Vasthu


ଏଥିରେ ମୁଖ୍ୟ ଅତିଥି ଭାବେ ଏମଏସଏ ସଭାପତି ଜୟନ୍ତ ବେହେରା, ସମ୍ପାଦକ ସତ୍ୟନାରାୟଣ ସିଂ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଶାନ୍ତନୁ ବେହେରା, ଲଳିତ କାନୁନଗୋ, ମହମ୍ମଦ ଅଲି, ଯୁବଲେଖକ ଡିଲେଶ୍ୱର ରଣା, ଲକ୍ଷ୍ମଣ ସ୍ୱାଇଁ, କେ.ଶରତ ବାବୁ, ପ୍ରବୀଣ ଅଗ୍ରୱାଲ, ପ୍ରତାପ ନିରୁକା, ରାକେଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତିତ୍ୱ କରିଥିଲେ ସମାଜସେବୀ ତଥା ଫୁଡ଼ପାର୍କର ଓନର ଜଗଦୀଶ ମଣ୍ଡଳ। ସହଯୋଗ କରିଥିଲେ ଅଭିଷେକ ଜଗଦୀଶ, ସୌମ୍ୟ ସୌରଭ ତଥା ଫୁଡ଼ ପାର୍କର ସମସ୍ତ କର୍ମକର୍ତ୍ତା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୂଚନାଯୋଗ୍ୟ ଯେ ଫୁଡ଼ ପାର୍କ ଲକଡାଉନ ଭିତରେ ଆରମ୍ଭ ହୋଇ ଖୁବ କମ ସମୟ ଭିତରେ ଗ୍ରାହକ ମାନଙ୍କର ପ୍ରିୟଭାଜନ ହୋଇପାରିଛି। ବିଭିନ୍ନ ରକମର ଖାଦ୍ୟ ସହ ଏଠାକାର ମନଲୋଭା ପରିବେଶ ପାଇଁ ଦିନତମାମ ଏଠି ଭିଡ଼ ରହୁଛି। ଖାଇବା ସହ ଲୋକମାନେ ଏଠି ଥିବା ସୁନ୍ଦର ଲୋକେସନ ମାନଙ୍କରେ ସେଲ୍ଫି ଉଠେଇବାରେ ବ୍ୟସ୍ତ ରହୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.