ମା’ ହୀରାନୀଳା ସ୍ନାତକ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ସିଧା ପ୍ରଶାରଣ

ଲାଞ୍ଜିଗଡ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ‘ମୋ କଲେଜ ଅଭିଯାନ’ର ୱବ୍ ପୋର୍ଟାଲ ଲୋକାର୍ପିତ ହୋଇଯାଇଛି। ମା’ ହୀରାନିଳା ସ୍ନାତକ ମହାବିଦ୍ୟାଳୟ ବିଶ୍ୱନାଥପୁର ଠାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ପୁରାତନ ଛାତ୍ରଛାତ୍ରୀଙ୍କୁ ମୋ କଲେଜ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ସମ୍ମାନୀତ ଅତିଥି ଭାବେ ବିଶ୍ୱନାଥପୁର ମା’ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ସମାଜସେବୀ ଗୋବିନ୍ଦ ପ୍ରଧାନୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ସଫଳ ହୋଇ ନିଜ ଅଞ୍ଚଳରେ ବିକାଶ ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅରୁଣ କୁମାର ଚନ୍ଦନ, ଅଧ୍ୟାପକ ଡ଼ଃ. ବିଜୟ କୁମାର, ଅଧ୍ୟାପିକା କନକଲତା ବେହେରା, ପୁଷ୍ପାଞ୍ଜଳି ନାୟକ, ଚିନ୍ମୟୀ ସାହୁ, ଜୟଶ୍ରୀ ବେହେରା, ତପସ୍ୱିନୀ ବାହୁକ, ରିତାରାଣୀ ବାରିକ, ନିଳେନ୍ଦ୍ରୀ ଶତପଥୀ, ସୁବାସ ନିଆଲ, ତାପସ ନାୟକ, ଖେଳ ଶିକ୍ଷକ ଶ୍ରୀନିବାସ ଦାସ, ଧବଳେଶ୍ବର ଠେଲା, ବିକ୍ରମାଦିତ୍ୟ ବାରିକ, କୁଳମଣି ବଣୁଆ, ଜୟମୁନି ଦଳବେହେରା, ରତ୍ନୀ ମାଝୀ, ଘନଶ୍ୟାମ ସୁନା ପ୍ରମୁଖ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.