କେସିଙ୍ଗା, (ବର୍ଦ୍ଧମାନ ଜୈନ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଟିଆ ଗାଁର ମହିମା ଆଶ୍ରମରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହା ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇ ୨୯ ମାର୍ଚ୍ଚରେ ସମାପନ ହେବ। ଉକ୍ତ ବ୍ରହ୍ମଯଜ୍ଞରେ ମହିମା ଗାଦିର ବିଜ୍ଞ ସନ୍ୟାସୀ, ସାଧୁସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ପରିମାଣରେ ଯୋଗଦାନ କରିବେ। ଜୀବ ଜଗତର ମଙ୍ଗଳ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟି ରକ୍ଷା ନିମନ୍ତେ ଅଲେଖ ମହିମା ବ୍ରହ୍ମ ନାମରେ “ଜ୍ୟୋତି ମନ୍ଦିର ଓ ଧ୍ୱନି ମନ୍ଦିର” ରେ ଘୃତାହୁତି ପ୍ରଦାନ କରାଯିବ ଏବଂ ବିଶ୍ୱ ପିତା ଅଲେଖ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ମାଟିଆ ଗ୍ରାମ ସ୍ଥିତ ମହିମା ଆଶ୍ରମ ପକ୍ଷରୁ ସୂଚୀତ କରାଯାଇଛି।