ସିଆରପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜେମ୍‌ସ ଦାସ ନାୟକଙ୍କୁ ଝୁରୁଛି କାଶିପୁର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପୂର୍ଣ୍ଣ ହେଲା କାଶିପୁର ମାଟିର ସୁପୁତ୍ର ଜେମ୍‌ସଙ୍କ ଶେଷ କୃତ୍ୟ

କାଶିପୁର: ଦେଶ ମାତୃକାର ସେବାରେ ଉତ୍ସର୍ଗୀକୃତ ହୋଇଗଲା କାଶିପୁର ମାଟିର ସୁପୁତ୍ର ବୀର ଯବାନ ଜେମ୍‌ସ ଦାସ ନାୟକଙ୍କ ଜୀବନ। ତାଙ୍କୁ ମନେପକାଇ ଝୁରି ହେଉଛି କୋଡିପାରି ସମେତ ସମଗ୍ର କାଶିପୁର ଅଞ୍ଚଳ। ଆଜି ମଧ୍ୟ ଶୋକରେ ଡୁବିଛି କାଶିପୁର। ଯେଉଁଠି ଦେଖିଲେ ଏହି ମାଟିରେ ସୂଯୋଗ୍ୟ ସନ୍ତାନ ଜେମସଙ୍କ କଥା। ଦିଲ୍ଲୀରେ ସିଆରପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିବା କାଶୀପୁର ବ୍ଲକ୍‌ କୋଡ଼ିପାରି ଗ୍ରାମର ଜେମ୍‌ସ ଦାସ ନାୟକଙ୍କର ଗୁରୁବାର ରାତିରେ ପରଲୋକ ଘଟିଥିଲା।

Omkar Vasthu
Omkar Vasthu


ଶନିବାର ସନ୍ଧ୍ୟାରେ ତାଙ୍କ ମରଶରୀର କୋଡ଼ିପାରିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସିଆର୍‌ପିଏଫ୍‌ ଡିଆଇଜି ବିଜୟ ସିଂ(ସମ୍ବଲପୁର ଜୋନ୍‌)ଙ୍କ ନେତୃତ୍ୱରେ ପୋଲିସ ସୁରକ୍ଷା ବଳୟରେ ଏକ ସ୍ବତନ୍ତ୍ର ଗାଡ଼ିରେ ଏହି ବୀର ଯବାନଙ୍କ ମରଶରୀର ଗାଁରେ ପହଞ୍ଚିଥିଲା।

Pearl dental clinic
Near Ashish Medical Store, Bhawanipatna


ସହିଦ ଯବାନ ଜେମ୍‌ସଙ୍କ ସ୍ତ୍ରୀ, ୨ ବର୍ଷର ଶିଶୁପୁତ୍ର, ମା’ ବାପା ଏବଂ ସମ୍ପର୍କୀୟମାନେ ଶେଷଦର୍ଶନ କରିଥିଲେ। ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ସହିଦଙ୍କ ମରଶରୀର ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଓ ମାନ୍ୟତା ସହ ଜେମ୍‌ସଙ୍କୁ କବର ଦିଆଯାଇଥିଲା।

Udyog Nursery
Udyogi Nursery


ଏହି ସମୟରେ କାଶୀପୁର ବ୍ଲକ୍‌ର ଅନେକ ପ୍ରଶାସନିକ ଅଧିକାରୀ, ଦୋରାଗୁଡ଼ା ଥାନା ଅଧିକାରୀ, ଅଣ୍ଡିରାକଞ୍ଚ ଥାନା ଅଧିକାରୀ, ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଉତ୍କଳ ଆଲୁମିନାର ଅଧିକାରୀଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷ, ଗଣମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ରାସ୍ତାରେ ଅଞ୍ଚଳବାସୀ ଉପସ୍ଥିତ ରହି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।


ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଓ ପାଇଁ ଶୁକ୍ରବାର ରନ୍‌ ଟେଷ୍ଟବେଳେ ଜେମ୍‌ସ ହଠାତ ଟଳିପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ।

ରାୟଗଡ଼ା ଜିଲ୍ଲା କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.