ଚିକିତ୍ସାଧିନ ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ଅଞ୍ଚଳରେ ଉତ୍ତେଜନା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ସେବାଶ୍ରମରେ ଚିକିତ୍ସାଧିନ ଅବସ୍ଥାରେ ନବମଶ୍ରେଣୀ ଛାତ୍ର ରବିନ୍ଦ୍ର ଉଲାକାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରବିନ୍ଦ୍ରଙ୍କ ହାତଗୋଡ଼ ବ୍ୟଥା ହେବାରୁ ମାର୍ଚ୍ଚ ୧୯ତାରିଖ ଦିନ ରାମନାଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଜ୍ବର ହୋଇଥିବା କହିଥିଲେ।ପରେ ଔଷଧ ନେଇ ଚାଲିଆସିଥିଲେ। ପୁନର୍ବାର ଆଜି ପୂର୍ବାହ୍ନ ୮ଟା ସମୟରେ ରବିନ୍ଦ୍ରଙ୍କ ପେଟରେ ଯନ୍ତ୍ରଣା ଦେଖାଦେବାରୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସା ସମୟରେ ରବିନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୧୧ଘଣ୍ଟା ସମୟରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଡାକ୍ତରଖାନାରେ ଛାତ୍ର ରବିନ୍ଦ୍ର ମୃତ ଘୋଷଣା କରାଯାଇଥିବାବେଳେ ପରେ ମୃତ ଛାତ୍ର ରବିନ୍ଦ୍ରଙ୍କ ନିଜ ଘର ପାରଳାକୁ ଅଣାଯିବାପରେ ଶେଷ କୃତ୍ୟ କରାଯାଇଥିବା ଜଣାପଡିଛି। ଏହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବରପାଇ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରି ଘଟଣାସ୍ତଳରେ ପହଞ୍ଚି ପରିବାରଲୋକଙ୍କୁ ଆଶ୍ବସନା ଦେବା ସହ କିଭଳି ଭାବେ ଛାତ୍ର ମୃତ୍ୟୁ ଘଟିଲା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବାରମ୍ବାର ବିଭିନ୍ନ ଆଦିବାସୀ ସେବାଶ୍ରମ ଗୁଡିକରେ ଛାତ୍ର ମୁତ୍ୟୁ ହେଉଥିବା ବିଭାଗ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଉକ୍ତ ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀଙ୍କୁ ପଚାରିବାରୁ ଏହି ସମସ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Udyog Nursery
Udyogi Nursery

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.