ଆଦିବାସୀଙ୍କ ମେରିଆ ପୋଢ଼ମରା ପର୍ବ ସମ୍ପନ୍ନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ମସ୍କାପଦର ଗ୍ରାମରେ ତିନିଦିନ ଧରି ଚାଲିଥିବା ମେରିଆ ପୋଢ଼ମରା ପର୍ବ ରବିବାର ଉଦଯାପିତ ହୋଇଯାଇଛି। ଏହି ପର୍ବ ପାଳନ କରିବା ଫଳରେ ଭଲ ଫସଲ ଅମଳ ହେବାର ବିଶ୍ୱାସ ରହିଛି। ପ୍ରତି ୩ ବର୍ଷରେ ଥରେ ଏହି ପର୍ବ ପାଳିତ ହୋଇଥାଏ। ତିନି ବର୍ଷରେ ଥରେ ଅସ୍ତ୍ରଶସ୍ତ୍ରକୁ ନେଇ ଗାଁ ମୁଣ୍ଡରେ ଥିବା ନାଭି ଖୁଣ୍ଟରେ ରଖା ଯାଇ ପୂଜକ (ଜାନୀ) ତିନି ଦିନ ଶୁକ୍ଳ ପୂଜା କରିବା ପରେ ଶେଷ ଦିନରେ ପୋଢ଼କୁ ବଳି ଦେଇଥାନ୍ତି।

Omkar Vasthu
Omkar Vasthu


ଆଦିବାସୀଙ୍କ ପ୍ରାଚୀନ ପରମ୍ପରା ଅନୁସାରେ ଗାଁର ଲୁହୁରା ହତୁଡିରେ ପ୍ରଥମେ ପୋଢ଼ର ମୁଣ୍ଡରେ ଛୁଇଁ ଥାଏ। ତାପରେ ଜାନୀ ନିଜ ହାତରେ ଖୁଣ୍ଟକୁ ଛୁଇଁ ଦେବା ମାତ୍ରେ ଗ୍ରାମର ଜ୍ବାଇଁ ପୁଅହିଁ ପ୍ରଥମେ ପୋଢ଼ଟିକୁ ଟାଙ୍ଗିଆରେ ହାଣିଥିଲେ। ପରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ଡଙ୍ଗରିଆ, ଝରଣିଆ ଓ ଶହଶହ ଆଦିବାସୀ ଟାଙ୍ଗିଆରେ ପୋଢ଼ଟିକୁ ହାଣିଥିଲେ। ହାଣିବା ପରେ ପୋଢ଼ର କଟା ମୁଣ୍ଡ ଧରି ବାଉଁଶ ବାଡ଼ର ଚାରିପାଖରେ ୩ ଥର ପରିକ୍ରମ ପରି ପୂଜା ଘର ଭିତରେ କଟାମୁଣ୍ଡ ରଖାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ତାପରେ ନାଭି ଖୁଣ୍ଟ ସ୍ଥାନରେ ଛେଳି, କୁକୁଡ଼ା, ପାରା ଆଦି ମାନସିକ କରିଥିବା ଲୋକେ ବଳି ଦେଇଥିଲେ। ଏହି ପର୍ବରେ ମସ୍କା ପଦର ଗାଁ ଗୌନ୍ତିଆ ରାଜଣା ମାଝୀ, ପୂଜକ(ଜାନୀ) ଜାମୁ ମାଝୀ, ଧାନ ମାଝୀ, ପୁଙ୍ଗରି ମାଝୀ, ଜାମଧର ମାଝୀ, ମାଧବ ମାଝୀ, ମଣ୍ଟୁ ମାଝୀ, ଶରତ ମାଝୀ, ସୁଦର୍ଶନ ମାଝୀ, ମାଳି ମାଝୀ, କୁନୁ ଲୋହରା, ନବୀନ ମାଝୀ, ପୂର୍ଣ୍ଣ ମାଝୀ ଓ ଗ୍ରାମର ମା’ ଛାଁଛେନ ରୂପେନ ଯୁବକ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.