ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ଵର: ରବିବାର ସନ୍ଧ୍ୟାରେ ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ‘ବିଶ୍ବ କବିତା ଦିବସ’ ଉପଲକ୍ଷେ ଏକ ଭର୍ଚୁଆଲ କବିତା ଆସର ଓ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସୁସାହିତ୍ୟିକ ବିଶ୍ଵେଶ୍ଵର ମାଝୀ, ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଓ ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ପ୍ରାରମ୍ଭିକ ଅଭିଭାଷଣ, ରୀତା ଅପରାଜିତା ମହାନ୍ତି ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାଝୀ କଳା, ସାହିତ୍ୟ, ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଆଗେଇ ଆସିବା ସହ ପୁନଃରୁଦ୍ଧାର କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସମୟରେ ସାହିତ୍ୟର ସ୍ଥିତି ସମ୍ପର୍କରେ ପୁଂଖାନୁପୁଙ୍ଖ ଆଲୋଚନା ରଖିଥିଲେ ତେଲେଙ୍ଗାନାର ବୈଜ୍ଞାନିକ ଅଧିକାରୀ ସମ୍ମାନୀତ ଅତିଥି ଅରୁଣ କୁମାର ମହାପାତ୍ର ଓ ଶ୍ରୀକାନ୍ତ କୁମାର ପଣ୍ଡା । ସାହିତ୍ୟିକ ସବୁ ସ୍ଥାନରେ ପୂଜା ପାଏ ବୋଲି ଅଭିମତ ସହ କବିତା ରଖିଥିଲେ ବାଲେଶ୍ବରର ସୁସାହିତ୍ୟିକ ତଥା ଅଧ୍ୟାପକ ସମର ବଲ୍ଲଭ ଭୋଇ। ତାଙ୍କ କଥାକୁ ସମର୍ଥନ ଜଣାଇ ସମ୍ୟକ ଅଭିଭାଷଣ ରଖିଥିଲେ ଯାଜପୁରର ସାରସ୍ୱତ ସଂଗଠକ ଅଭୟ କୁମାର ତ୍ରିପାଠୀ ଶର୍ମା। ସାହିତ୍ୟ ଓ ସାହିତ୍ୟିକ କବି ବନ୍ଧୁ ପରିବାରର ଉଜ୍ୱଳ ଭବିଷ୍ୟତର ରୂପରେଖ ରଖିଥିଲେ ଢେ଼ଙ୍କାନାଳ ଜିଲ୍ଲାର ଯୁବ ସାହିତ୍ୟିକ ତପନ କୁମାର ବିଶ୍ଵାଳ ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ସାନ୍ଧ୍ୟ ଆସର ଆରମ୍ଭରେ ଭଞ୍ଜମାଟିର ଯୁବକବି ଶିବାନନ୍ଦ ବାରିକଙ୍କ ବାଜିରାଉତ କବିତା ସହ, ଭୁବନେଶ୍ୱରର ବିଶ୍ଵେଶ୍ଵର ମାଝୀ, ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ଯାଜପୁର ବିନୋଦିନୀ ଦାଶ, ବୈଦ୍ୟନାଥ ପଣ୍ଡା, ଗଞ୍ଜାମରୁ ଗଗନ କୁମାର ଦାସ, ରଞ୍ଜନ କୁମାର ବ୍ରହ୍ମା, ଲୋକନାଥ ରେଡି, ରଶ୍ମିରଞ୍ଜନ ଶତପଥୀ, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ରାଜେନ୍ଦ୍ର କୁମାର ଗିରି, ବାସୁଦେବ ସାହୁ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ରାଜେଶ୍ଵରୀ ପଣ୍ଡା, ରଣଜିତ କୁମାର ପୃଷ୍ଟି, ମାଧୁରୀ ନନ୍ଦ, ସଂହିତା ଦାଶ, ପ୍ରଫୁଲ୍ଲ କୁମାର ଦାସ, ଗୀତା ପୁରୀ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଅନାମ ଚରଣ ସାହୁ, ନାଗପୁରରୁ ନିର୍ମଳ ନାୟକ, ଜଗତସିଂହପୁରରୁ ଗୀତା ଦାସ, ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଅଂଶ ଗ୍ରହଣ କରିଥିଲେ।

Udyog Nursery
Udyogi Nursery

ସଂପାଦିକା ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ ଓ ରୀତା ଅପରାଜିତା ମହାନ୍ତି। ସ୍ନିଗ୍ଧା ସାମନ୍ତରାୟଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ଓ ପ୍ରଫୁଲ୍ଲ କୁମାର ଦାସଙ୍କ ଦ୍ଵାରା ଶାନ୍ତିପାଠ ପରେ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.