ମୋ କଲେଜ ଅଭିଯାନ ଶୁଭାରମ୍ଭ କାର୍ଯକ୍ରମର ସିଧାପ୍ରସାରଣ ଦେଖିିଲେ କଲେଜ ଶିକ୍ଷାର୍ଥୀ

ରାୟଗଡ, (ଶିବ ନାରାୟଣ ଗୈାଡ): ‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ ସହ ସିଧାପ୍ରସାରଣ କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଭୟ ମହାବିଦ୍ୟାଳୟର ଶିକ୍ଷାର୍ଥିମାନେ ଦେଖି ବହୁ ଶିକ୍ଷଣୀୟ ବାର୍ତ୍ତା ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଭିଡିଓ କନଫ୍ରେନ୍ସିଂ ଯୋଗେ ଆୟୋଜିତ ହୋଇଥିବାରୁ ମହାବିଦ୍ୟାଳୟ ଶିକ୍ଷାର୍ଥୀ ଏହାକୁ ସିଧାସଳଖ ବଡ ପରଦାରେ ଦେଖିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁରାତନ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ସହିତ ଯୋଡିବା ସହିତ ଶିକ୍ଷାନୁଷ୍ଠାନ ପାରିପାର୍ଶିକ ବିକାଶ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଥିବା ୭୫୫ଟି ମହାବିଦ୍ୟାଳୟ ଏହି ଅଭିଯାନରେ ଯୋଡି ହୋଇଥିବା ବେଳେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଆସନ୍ତା ଦିନରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କଲେଜ କର୍ତ୍ତୁପକ୍ଷମାନେ ଜଣାଇଛନ୍ତି । ଅଭିଯାନ ଜରିଆରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କମିଟି ଗଠନ କରାଯାଇ ସମ୍ମିଳିତ ଉଦ୍ୟମରେ ଶିକ୍ଷାନୁଷ୍ଠାନର ବିକାଶ ସକାଶେ କାର୍ଯ୍ୟପନ୍ଥା ପରିଚାଳନା କରାଯିବ ।

Udyog Nursery
Udyogi Nursery


ସେହିପରି ପୁରାତନ ଛାତ୍ରଛାତ୍ରୀଙ୍କ ଅନୁଭୂତି ପ୍ରକାରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କରାଯିବ ସହିତ ଚାକିରି କ୍ଷେତ୍ରରେ ପୂର୍ବତନ ଛାତ୍ରଛାତ୍ରୀ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଅନୁଭୂତି ଜଣାଇବା ଦ୍ୱାରା ଶିକ୍ଷାର୍ଥୀଙ୍କ ଭୌତିକ ବିକାଶ ହେବା ସହିତ ବ୍ୟକ୍ତିତ୍ୱ ବିକାଶରେ ଏହା ସହଯୋଗ ହୋଇପାରିବ ବୋଲି ଅଭିଯାନର ମୂଳ ଲକ୍ଷ ବୋଲି ଜଣାପଡିଛି । ଉକ୍ତ ଅଭିଯାନ ଅନ୍ତର୍ଗତ ପୁରାତନ ଛାତ୍ରଛାତ୍ରୀ ଶକ୍ଷାନୁଷ୍ଠାନକୁ ଯାହା ସହାୟତା ପ୍ରଦାନ କରିବେ ସେହି ପରିମାଣ ଦ୍ୱିଗୁଣା ରାଜ୍ୟ ସରକାର ନିଜ ପାଣ୍ଠିରୁ ବହନ କରିବେ ବୋଲି ଜଣାପଡିଛି ।


ଏହି ଅବସରରେ ଦୁଇଟି ଯାକ କଲେଜରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ମହେଶ୍ୱର ନାୟକ ଯୋଗ ଦେଇଥିବା ବେଳେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତି ଭି.ଆର. ରତ୍ନଶ୍ରୀ, ମୋ କଲେଜ ଅଭିଯାନର ସଂଯୋଜକ ଉଦୟ ନାୟକଙ୍କ ସମେତ ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ । ସେହିପରି ମହିଳା ମହାବିଦ୍ୟାଳୟ କାର୍ଯ୍ୟକ୍ରମରେ ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ପାଢୀ, ଶିକ୍ଷାବିତ ଦୁଷ୍ମନ୍ତ ମହାନ୍ତି, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରେବା ପାତ୍ର, ଅଧ୍ୟାପିକା ଡା.ଅର୍ଚ୍ଚନା ପଟ୍ଟନାୟକ, ରିତାରାଣି ମିଶ୍ରଙ୍କ ସମେତ ମହିବାଦ୍ୟାଳୟ ପୁରାତନ ଓ ବର୍ତ୍ତମାନ ଅଧ୍ୟନରତ ଛାତ୍ରଛାତ୍ରୀ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.