ପ୍ରେମ ସଂପର୍କକୁ କେନ୍ଦ୍ର କରି ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ

୨୦ଟି ଦଳିତ ପରିବାରଙ୍କ ଉପରେ ଅତ୍ୟାଚାର ଅଭିଯୋଗ

ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ କଂଟାମାଳ ଗ୍ରାମବାସୀ

ରାୟଗଡ, (ଶିବ ନାରାୟଣ ଗୈାଡ): ଏକ ପ୍ରେମ ସଂପର୍କକୁ କେନ୍ଦ୍ର କରି ଦୁଇ ସଂପ୍ରଦାୟ ମଧ୍ୟରେ ଦେଖାଦେଇଛି ବିବାଦ। ଦଳିତ ପରିବାରଙ୍କ ଉପରେ ଅନ୍ୟ ଏକ ସଂପ୍ରଦାୟର ଲୋକେ ଅତ୍ୟାଚାର କରୁଥିବା ନେଇ ଉଠିଛି ଅଭିଯୋଗ। ଘର ଉପରେ ଅନ୍ଧରିଆ ରାତ୍ରରେ ଆକ୍ରମଣ କରିବା ସହ ଘର ଟିଣଗୁଡିକ ଭାଙ୍ଗି ଦେବା ସହ ଆସବାବପତ୍ର ଫୋପାଡି ଦେବା ଭଳି ଅଭିଯୋଗ ପୋଲିସ ପାଖରେ ଖବର ରହିଥିଲେ ସୁଦ୍ଧା ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଏବଂ ଅନ୍ୟତ୍ର ଥଇଥାନ କରି ଜୀବନର ସୁରକ୍ଷା ପାଇଁ ଜିଲ୍ଳାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦଳିତ ପରିବାର ଲୋକେ।

Omkar Vasthu
Omkar Vasthu


ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା କାଶିପୁର ବ୍ଳକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ କଂଟାମାଳ ଗ୍ରାମରେ। ଗତ ଶୁକ୍ରବାର ଦିନ ଆଦିବାସୀ ସଂପ୍ରଦାୟର ଜଣେ ଝିଅକୁ ଉକ୍ତ ଗ୍ରାମର ହରିଜନ ସାହିର ଜଣେ ପୁଅ ପ୍ରେମ ସଂପର୍କ ରଖି କେଉଁ ଆଡେ ନେଇ ଚାଲିଯାଇଥିବା ଘଟଣାକୁ କେନ୍ଦ୍ର କରି ଗ୍ରାମର ଆଦିବାସୀ ସଂପ୍ରଦାୟର ଲୋକେ ହରିଜନ ସାହିର ୨୦ଟି ଦଳିତ ପରିବାରକୁ ନିଆପାଣିରୁ ବାଛନ୍ଦ କରିବା ସହ ବିଦ୍ୟୁତ ସେବା ଓ ଗାଁ ରାସ୍ତାରେ ଯାତାୟାତ ବନ୍ଦ କରି ଦେଇଥିବା ହରିଜନ ସାହିର ସିରତବତୀ ନାୟକ, ସୁନୀଲ କୁମାର ନାଏକ, ମହେନ୍ଦ୍ର ନାୟକ, ଅଗାଧୁ ନାୟକଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଏ ନେଇ ଆଜି ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ଉକ୍ତ ଗ୍ରାମରୁ ବିସ୍ଥାପିତ କରି ଅନ୍ୟ ଯେ କୈାଣସି ସ୍ଥାନରେ ଥଇଥାନ ବ୍ୟବସ୍ଥା କରିବା ପାଇଁ ଗୁହାରୀ କରିଛନ୍ତି। ବିଶେଷ କରି ଗାଁ ମୁଣ୍ଡ ଆଦିବାସୀ ସାହିରୁ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ନିମନ୍ତେ ଯାଇଥିବା ପାଇପକୁ ମଧ୍ୟ କାଟି ଦେଇଥିବାରୁ ଦଳିତ ପରିବାରମାନେ ପାନୀୟ ଜଳ ପାଇବାରୁ ବଂଚିତ ହେଉଥିବା ବେଳେ ଗାଁ ନିକଟରେ ପ୍ରବାହିତ ହେଉଥିବା ନଦୀଘାଟକୁ ମନା କରିଥିବା ଯୋଗୁଁ ଦଳିତ ପରିବାରମାନେ ଶୈାଚ ସହ ଅନ୍ୟାନ୍ୟ ନିତ୍ୟକର୍ମ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Udyog Nursery
Udyogi Nursery


ଘଟଣାକୁ ନେଇ କାଶିପୁର ଥାନାରେ ଅଭିଯୋଗ କଲେ ମଧ୍ୟ ଥାନା କର୍ତୁପକ୍ଷ ତାଙ୍କ ଅଭିଯୋଗକୁ ଗ୍ରହଣ କରୁ ନ ଥିବା ମଧ୍ୟ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ସେହିରପି ଆଦିବାସୀ ସାହି ଲୋକଙ୍କ ଦ୍ୱାରା ହେଉଥିବା ଅତ୍ୟାଚାରକୁ କେହି ପ୍ରତିବାଦ କଲେ ଜୀବନରେ ମାରି ଦେବାର ଧମକ ଦିଆଯାଉଥିବା ନେଇ ସ୍ମାରକପତ୍ରରେ ଉଲ୍ଳେଖ କରାଯାଇଛି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଓ ଦାବି ଶୁଣିବା ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ଓ ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଥିବା ନେଇ ଗ୍ରାମର ଅବିରାମ ନାଏକ, ସାଲେବନ ନାୟକ, ରାମଚନ୍ଦ୍ର ନାଏକ, ରମେଶଚନ୍ଦ୍ର ନାଏକ, ସୁଲୋଚନା ନାଏକ,ସବିତା ନାଏକଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.