ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କୋଲନରା ବ୍ଳକ ଅନ୍ତର୍ଗତ କୈଳାସପୁର ଏସଏସଡି ବିଭାଗ ଅଧୀନସ୍ଥ ଆଶ୍ରମ ହାଇସ୍କୁଲ କେନ୍ଦ୍ରରେ ଆଜି ଅନୁଷ୍ଠିତ ମେଗା ଟୀକାକରଣ ଶିବିରରେ ବ୍ଳକର ମୁକୁନ୍ଦପୁର, କୈଳାସପୁର, ରେଖାପଦର ଓ ଭୋଇମଡା ଆଦି ୪ଟି ପଂଚାୟତର ୫୧୬ଜଣ ବୟସ୍କ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । କୋଭିଡ ଟୀକା ନେବା ପାଇଁ ଅମଙ୍ଗ ହେଉଥିବା ଗ୍ରାମବାସୀମାନଙ୍କୁ ଟୀକା ନେବା ଦ୍ୱାରା ମହାମାରୀ କରୋନାକୁ ପ୍ରତିହତ କରାଯାଇପାରିବ ଏବଂ ସବୁବେଳେ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ଜନଗହଳି ସ୍ଥାନମାନଙ୍କ ଠାରୁ ନିଜେକୁ ଦୂରେଇ ରହିବା ପାଇଁ ରାଜ୍ୟସଭା ସାଂସଦ ପ୍ରତିନିଧି ବାନାଗାଡି ତିରୁପତି, ବ୍ଳକ ଅଧ୍ୟକ୍ଷା ଶ୍ରୀମତି ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ ପ୍ରମୁଖ ଉପସ୍ଥିତ ରହି ସଚେତନ କରିଥିଲେ ।
ସେହିପରି ବ୍ଳକ ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ମୁକୁନ୍ଦପୁର ପିଇଓ କେ.କେ.ରାଉତ, କୈଳାସପୁର ପିଇଓ ଏମ.ଆର.ପାତ୍ର, ମୁକୁନ୍ଦପୁର ପୋଲିସ ଫାଣ୍ଡି ଅଧିକାରୀ ଏଚ.ପାଣିଙ୍କ ସମେତ ଇଆଲଦୁ କଣ୍ଡାଗରୀ, ଇପିଲି ପ୍ରସାଦ, ଏଦି ମନ୍ମତ, ହରି ଦାସ, ଏଦି.ଚନ୍ଦ୍ରଶେଖରଙ୍କ ସମେତ କୈଳାସପୁର ସରପଂଚ ଓ ଅନ୍ୟମାନେ ଉପସ୍ଥିତ ରହି ଟୀକାକରଣ ମେଗା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ଏହି ମେଗା ଟୀକାକରଣ ଶିବିରରେ ଡଃ.ତୁଷାର ରଂଜନ ପଣ୍ଡା, ଡଃ.ଜ୍ୟୋସ୍ନାମୟୀ ରାଉତଙ୍କ ତତ୍ୱାବଧାନରେ କୋଭିଡ୍ ନିମନ୍ତେ ନିୟୋଜିତ ଏଏନଏମ ଶାନ୍ତିଲତା ସାମନ୍ତରାଏ,ସରିତା ନାୟକ, କବିତା ଜେନା, ସଂଗବତୀ ବରାଳ ଓ ରଶ୍ମି ବେହେରା ପ୍ରମୁଖ ସାମିଲ ହୋଇଥିଲେ ।