ପଞ୍ଚୁ ସଂଗଠନ ପକ୍ଷରୁ ବିଶ୍ବ ଜଳ ଦିବସ ପାଳିତ

ଲାଞ୍ଜିଗଡ: ଆଜି ବିଶ୍ୱ ଜଳ ଦିବସ। ଜଳର ମହତ୍ବକୁ ଅନୁଭବ କରିବାର ମହାର୍ଘ୍ୟ ଅବସର। ସାରା ବିଶ୍ବରେ ଏହି ଦିବସ ପାଳନର ଯଥେଷ୍ଟ ଗୁରୁତ୍ବ ରହିଛି। ସେହି କ୍ରମରେ ଲାଞ୍ଜିଗଡ ବ୍ଲକର ଦୁର୍ଗମାଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତ ଓଲବାହିଲି ଠାରେ ‘ପଞ୍ଚୁ ଲୋକ ସଂଗଠନ’ ପକ୍ଷରୁ ବିଶ୍ବ ଜଳ ଦିବସ ପାଳିତ ହୋଇ ଯାଇଛି।

Omkar Vasthu
Omkar Vasthu


ଏହି ଅବସରରେ ପଞ୍ଚାୟତ ବିଭିନ୍ନ ଗ୍ରାମର ଲୋକମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା। ପଞ୍ଚୁ ଲୋକ ସଂଗଠନର ଖଗେଶ୍ୱର ମାଝୀ ଉକ୍ତ ସଭାର ଅଧ୍ୟକ୍ଷତା କରି ଆମ ଜୀବନରେ ଜଳର ଭୂମିକା କ’ଣ ଏବଂ ଜଳର ମିତ ବ୍ୟୟିତା ଉପରେ ଆଲୋକପାତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ସଦସ୍ୟ ବିଶ୍ୱନାଥ ମାଣ୍ଡିକା ବିଶ୍ବ ଜଳ ଦିବସର ଥିମ୍ “ଜଳର ମୂଲ୍ୟବୋଧ” ଶୀର୍ଷକ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଦୁର୍ଗମଅଞ୍ଚଳର ଦୈତାରି ଗଉଡ଼, ବଳରାମ ଗଉଡ଼, ଲାକ୍ସା ମାଝୀ, ସୁକାନ୍ତି ମାଝୀ ସମେତ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ରିତିକାନ୍ତ ରଣା କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ପଞ୍ଚୁ ସଂଗଠନ ସଦସ୍ୟ ମାନେ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.