ପାନୀୟ ଜଳ ସଙ୍କଟରୁ ଉଦ୍ଧାର ହେଲା ଜପାଖାଲ ଗ୍ରାମ

ରାୟଗଡ, (ଶିବ ନାରାୟଣ ଗୈାଡ): ଦୀର୍ଘ ବର୍ଷ ଧରି ରାୟଗଡ ଜିଲ୍ଳା ସଦର ବ୍ଳକ ଜପାଖାଲ ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ ସମସ୍ୟା ଦୂର ହୋଇପାରିଛି । ରାୟଗଡ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଖରାଦିନେ ଗ୍ରାମବାସୀଙ୍କୁ ପାନୀୟ ଜଳ ସଙ୍କଟରୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ବ୍ୟବସ୍ଥା ମଧ୍ୟରେ ପାନୀୟ ଜଳ ସଙ୍କଟରେ ଥିବା ଗ୍ରାମଗୁଡିକୁ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ଗ୍ରାମବାସୀଙ୍କ ତୃଷ୍ଣା ମେଂଟାଇ ଦିଆଯାଇଛି । ପ୍ରକାଶ ଥାଉ କି ଜାପାଖାଲ ଗ୍ରାମରେ ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାରୁ ଗ୍ରାମବାସୀମାନେ ଗ୍ରାମଠାରୁ ୧କିଲୋମିଟର ଦୂରରେ ପ୍ରବାହିତ ହେଉଥିବା ଝଂଜାବତୀ ନଦୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହୃତ କରି ଆସୁଥିଲେ । ଏବଂ ନଦୀ ସ୍ତରରୁ ଗାଁଟି ଅନେକ ଉଚ୍ଚରେ ରହିଥିବାରୁ ସେଠାରେ ଭୂତଳ ଜଳକୁ ବୋର ୱେଲ ମାଧ୍ୟମରେ ଯୋଗାଣ ବ୍ୟବସ୍ଥା କରାଯାଉଥିଲେ ସୁଦ୍ଧା ସଫଳ ମିଳୁ ପାରୁ ନ ଥିଲା । ଯାହାକୁ ନେଇ ଅନେକ ସମୟରେ ଗ୍ରାମବାସୀମାନେ ସରପଂଚ, ସମିତି ସଭ୍ୟଙ୍କ ଠାରୁ ଆରମ୍ଭ କରି ବ୍ଳକ ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରି ଆସୁଥିଲେ । ଜପାଖାଲ ଗ୍ରାମବାସୀଙ୍କ ଯଥାର୍ଥ ଦାବିକୁ ଅଗ୍ରାହ୍ୟକାର ଦେଇ ଗ୍ରାମ୍ୟ ଜଳ ଯୋଗାଣା ରାୟଗଡ ଉପଖଣ୍ଡ ବିଭାଗୀୟ ତରପରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଝଂଜାବତୀ ନଦୀ ତଟରେ ୧୦ଲକ୍ଷ ବ୍ୟୟ ଅଟକଳରେ ଦୁଇଟି ବୋଲୱେଲ ପ୍ରଜେକ୍ଟ ଆରମ୍ଭ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତମାନ ଉକ୍ତ ପ୍ରୋଜେକ୍ଟଟି ଶେଷ ହୋଇଥିବା ଯୋଗୁଁ ବୋରୱେଲ୍ ସ୍ଥାନରୁ ପାଇପ ଯୋଗେ ଗ୍ରାମରେ ୬ଟି ଷ୍ଟାଣ୍ଡ ପୋଷ୍ଟ ଦ୍ୱାରା ପାନୀୟ ଜଳ ଯୋଗାଣ କରାଯାଉଥିବାରୁ ଗ୍ରାମର ୫୦୦ଜଣ ଉପକୃତ ହୋଇପାରିବେ । ଗାଁରେ ଷ୍ଟାଣ୍ଡ ପୋଷ୍ଟରୁ ପାନୀୟ ଜଳ ନିର୍ଗତ ହେବା ପରେ ଖୁସିରେ ଗ୍ରାମର ମହିଳାମାନେ ନଡିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ ।ତେବେ ୩ଟି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ବାକିତକ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ରାୟଗଡ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ରିତେଶ ସାହୁ ପ୍ରକାଶ କରିଛନ୍ତି ଏବଂ ଆସନ୍ତା ଆର୍ଥିକ ବର୍ଷରେ ଜଳ ଜୀବନ ମିଶନ ଯୋଜନା ଜରିଆରେ ଗ୍ରାମର ପ୍ରତ୍ୟେକ ଘର ଘରକୁ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ପରେ ଗ୍ରାମବାସୀଙ୍କ ଜଳ ସଙ୍କଟ ସମସ୍ୟା ଦୂର ହୋଇଥିବାରୁ ହାଲୁଆ ଗ୍ରାମ ପଂଚାୟତ ସମିତି ସଭ୍ୟ ତାମାରାଓ ବିଡିକାଙ୍କ ସମେତ ଗ୍ରାମବାସୀମାନେ ବିଭାଗୀୟ କତୁପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.