ଜୈବିକ କୃଷି ସମ୍ବନ୍ଧୀୟ ତାଲିମ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ଼: ସେବାଜଗତ ରଙ୍ଗାପଦର ସ୍ଥିତ ତାଲିମ କେନ୍ଦ୍ର ଠାରେ ସେବାଜଗତ ଓ ମହାତ୍ମାଗାନ୍ଧୀ ସେବାଶ୍ରମ ଆନୁକୁଲ୍ୟରେ ଦୁଇ ଦିନିଆ ଜୈବିକ କୃଷି ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।


ଏହି ଶିବିରରେ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୪୦ରୁ ଉର୍ଦ୍ଧ୍ବ କୃଷକ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟତଃ ଜୈବିକ ଖତର ଆବଶ୍ୟକତା ଓ ଏହାର ବିଭିନ୍ନ ମାଧ୍ୟମ ବିଷୟରେ ତାଲିମ ପ୍ରଦାନ କଯାଇଥିଲା । ବିଭିନ୍ନ ପ୍ରକାର ଖତର ପ୍ରସ୍ତୁତି ପ୍ରଣାଳୀ, ବିହୀନ ଉପଚାର, ହାଣ୍ଡିଖତ ତିଆରି , ମୃତ୍ତିକାର ପ୍ରକାର ଭେଦ ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ତାଲିମ ଦିଆଯାଇଥିଲା।


ଏହି ତାଲିମ ଶିବିରରେ ସଙ୍କିର୍ତ୍ତନ ପାଲ ଓ ବୃନ୍ଦାବନ ନାଗ ତାଲିମ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ରୋଶ୍ନାରା ମହାନ୍ତି ଓ ମହାତ୍ମାଗାନ୍ଧୀ ସେବାଶ୍ରମରୁ ସ୍ନେହଲତା ମହାନ୍ତି ସହଯୋଗ କରିଥିଲେ। ତାଲିମପ୍ରାପ୍ତ ଚାଷୀମାନେ ନିଜ ନିଜ କ୍ଷେତ୍ରରେ ଏହି ଜ୍ଞାନ କୈାଶଳର ପ୍ରୟୋଗକରି ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.