ବାଇକ୍ ରୁ ପଡି ଯୁବକ ଗୁରୁତର

ଲାଞ୍ଜିଗଡ: ଲାଞ୍ଜିଗଡ-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ହରିହରପୁର ଗାଁ ନିକଟରେ ଥିବା ଏକ କଲଭର୍ଟ ପାଖରେ ଏକ ବାଇକ୍ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିବା ବେଳେ ବାଇକ୍ ଆରୋହୀ ଦୁର୍ଯ୍ୟ ବେନିଆଁ ଗୁରୁତର ଆହତ ହୋଇ ପଡିଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟା ୪୫ ମିନିଟ ସମୟରେ ରାୟଗଡା ଜିଲ୍ଲା ଅମ୍ବାଦଳା ଗାଁ ଇନ୍ଦ୍ରା ପଡାର ଦୁର୍ଯ୍ୟ ବେନିଆ ଲାଞ୍ଜିଗଡ ପଟୁ ଏକ ହିରୋହଣ୍ଡା ବାଇକ୍ (ଓଡ଼ି୦୮-ଡି-୨୮୯୮) ନେଇ ଆସୁଥିଲେ। ଠିକ୍ ଏହି ସମୟରେ ଲାଞ୍ଜିଗଡ-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ହରିହର ପୁର ଗ୍ରାମ ନିକଟରେ ଥିବା ଏକ କଲଭଟରେ ଭାରସାମ୍ୟ ହରାଇ ବାଇକ୍ ସହ ୧୫ ପୁଟ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନା ବିଶ୍ୱନାଥପୁରଠାରେ ଭର୍ତ୍ତି କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.