ଟୋଲବ୍ରାହ୍ମଣୀ ଠାରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମାମେଳା ଆରମ୍ଭ

କଳାହାଣ୍ଡି, (ନିରଞ୍ଜନ ଗଉଡ): ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟିର ମହିମା ଆଶ୍ରମରେ ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା। ମହିମା ଧର୍ମର ପ୍ରତିଷ୍ଠାତା ପ୍ରବୁଦ୍ଧ ଗୁରୁ ମହିମା ସ୍ବାମୀଙ୍କ ପ୍ରଦର୍ଶିତ ପଥରେ ଚାଲିବା ସହ ସଂସାରରୁ ପାପ ଭାରାର ବିନାସ ଓ ବିଶ୍ବର ମଙ୍ଗଳ ବିଧାନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଥାଏ । ସେହି ପରିପ୍ରେକ୍ଷିରେ ଟୋଲବ୍ରାହ୍ମଣୀ ଠାରେ ୬୩ତମ ବିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ଆରମ୍ଭ ହୋଇଛି। ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଥିବା ଏହି ମେଳା ରବିବାର ପୂର୍ଣ୍ଣାହୁତି ସହ ସମାପନ ହେବ। କୋଭିଡ୍ ନିୟମ ପାଳନ ପୂର୍ବକ କଳସ ଯାତ୍ରା, ବ୍ରହ୍ମ ଯଜ୍ଞ, ଆଠ ଭଜନ, ଝାଡବତୀ ପ୍ରଜ୍ଜ୍ୱଳନ ଆଦି ଆୟୋଜିତ ହୋଇଛି।

Omkar Vasthu
Omkar Vasthu


ଲତା ଆଶ୍ରମ ପରିଚାଳନା ସମିତି ଯୋରନ୍ଦା ଗାଦିର ସଭାପତି ତଥା ସିଦ୍ଧ ରତ୍ନକୁଟିର ଟୋଲବ୍ରାହ୍ମଣୀର ପିଠାଧିଶ ବ୍ରାହ୍ମ ଅବଧୂତ ଭଗବାନ ବାବା ଓ ସାଧୁ କିଶୋର ଚନ୍ଦ୍ର ଦାସ ଯାଜ୍ଞିକ ଥିବାବେଳେ ସାଧୁ ମଧୁସୂଦନ ଦାସ, ସାଧୁ କନ୍ଦର୍ପ ଦାସ, ସାଧୁ ମଧୁ ବାବାଙ୍କ ସମେତ ଅନେକ ସାଧୁସନ୍ଥ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି। ସେହିପରି ଭାବେ ବୈଦ୍ୟରାଜ ପବିତ୍ର ଶବର, ପଦ୍ମା ଶବର, ପୁଷ୍ପା ଶବର ଯଜ୍ଞ କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଏଠାରେ ସୂଚନା ଯୋଗ୍ୟଯେ ଶହେ ବର୍ଷ ପୂର୍ବରୁ ୬୪ସିଦ୍ଧ ସାନ କୃପାସିନ୍ଧୁ ବାବା ଏଅଞ୍ଚଳକୁ ଆସି ମହିମା ଧର୍ମ ପ୍ରଚାର କଲେ। ସେ ଟୋଲବ୍ରାହ୍ମଣୀ ଗ୍ରମର ଲଲିତ ଶବର (ବୈଦ୍ୟରାଜ ପବିତ୍ର ଶବରଙ୍କ ପିତୃପୁରୁଷ)ଙ୍କୁ ଦିକ୍ଷା ପ୍ରଦାନ କରିଥିଲେ। ମହିମା ଗୋସାଇଁଙ୍କ ଦ୍ବାରା ପ୍ରତିଷ୍ଠିତ ମହିମା ଧର୍ମ ପଶ୍ଚିମ ଓଡିଶାରେ ବେଷ ଆଦୃତି ଲାଭ କଲା। କୋଶଳାଞ୍ଚଳର ବିଭିନ୍ନ ସ୍ଥାନରେ ବ୍ରହ୍ମ ଧୁନୀ ସ୍ଥାପନ ହେଲା। ସେହି କ୍ରମରେ ଟୋଲବ୍ରାହ୍ମଣୀ ଗ୍ରାମରେ ମଧ୍ୟ ବ୍ରହ୍ମ ଧୁନୀ ପ୍ରତିଷ୍ଠା ହୋଇଥିଲା। ବୈଦ୍ୟରାଜ ପବିତ୍ର ଶବରଙ୍କ ଉଦ୍ୟମରେ ସେହି ସ୍ଥାନରେ ସିଦ୍ଧ ରତ୍ନ କୁଟିର ମହିମାଶ୍ରମ ପ୍ରତିଷ୍ଠିତ ହୋଇ ମହିମା ଧର୍ମର ବ୍ୟାପକ ପ୍ରଚାର ପ୍ରସାର ହେଉଛି। ପ୍ରତିବର୍ଷ ଫାଲଗୁନ ପୂର୍ଣିମା ସମୟରେ ଏଠାରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ଆୟୋଜିତ ହୋଇ ଆସୁଛି। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଭକ୍ତବୃନ୍ଦ ଓ ଗ୍ରାମବାସୀମାନେ ସହଯୋଗ କରୁଥିବାବେଳେ ପଶ୍ଚିମାଞ୍ଚଳର ଅନେକ ସିଦ୍ଧ ବାବା, ସାଧୁ ଓ ମହିମାଧର୍ମାବଳମ୍ବୀଙ୍କ ସମାଗମ ହୋଇଥାଏ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.