ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ପକ୍ଷରୁ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ପକ୍ଷରୁ ଜଳ ସଂରକ୍ଷଣ ସମ୍ବନ୍ଧିତ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ମା ସାବିତ୍ରୀ ମହିଳା ମଣ୍ଡଳ ବାପୁଜନଗରର ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜଳକୁ କିପରି ସଂରକ୍ଷଣ କରିବା ସେନେଇ ଶପଥ ପାଠ, ଶୋଭାଯାତ୍ରା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜଳ ସଂରକ୍ଷଣ ଉପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁନା ମେହେର ପ୍ରଥମ, ଅରୁଣ ମେହେର ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ସକ୍ଷୀ ମେହେର। ଏହା ସହିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୁନା ମେହେର, ଦ୍ବିତୀୟ ସ୍ଥାନରେ ପ୍ରଜିନା ଲୁହା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଗୀତା ମେହେର।


ଏହି କାର୍ଯ୍ୟକ୍ରମଟି ବାପୁଜୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୌଦ୍ଧରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାପୁଜୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଶଙ୍କର ପାଢ଼ୀ ଯୋଗ ଦେଇ ଜଳକୁ କିପରି ସଂରକ୍ଷଣ କରିବା ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଦେବାର୍ଚ୍ଚନ ମେହେର ପରିଚାଳନା କରିଥିଲେ। ଜୟ ମା ସାବିତ୍ରୀ ମହିଳା ମଣ୍ଡଳ ର ସଭାନେତ୍ରୀ ଟୁନି ମେହେର, ସମ୍ପାଦିକା ଲକ୍ଷ୍ମୀ ମେହେର, କଷାଧ‌କ୍ଷା ଧନେଶ୍ୱରି ମେହେର, ମେହେର, ଚମ୍ପା ମେହେର, ଝିଲି ମେହେର, ମନ୍ଦାକିନୀ ମେହେର, ପ୍ରେମନଦିନି ମେହେର, ପୂଜା ମେହେର, ବସୁନ୍ଧରା ମେହେର, ସହ ଏହି ମହିଳା ମଣ୍ଡଳର ସମସ୍ତ ସଭ୍ୟା ସହଯୋଗ କରିଥିବାବେଳ ଦେବାର୍ଚ୍ଚନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.