ଖଜୁରୀପଡା ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା

ବୋୖଦ୍ଧ: ହରଭଙ୍ଗ ବ୍ଲକ ପୁରୁଣା କଟକ ଥାନା ୫୭ନମ୍ବର ଜାତୀୟ ରାଜପଥ ଖଜୁରୀପଡା ନିକଟରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ବସିଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବିଳମ୍ବିତ ରାତି ତିନିଟା ସମୟରେ ଏଇ ଦୁର୍ଘଟଣା ଘଟିଛି। ତିରୁପତି ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ବରରୁ ଭବାନୀପାଟଣା ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତ ଯାତ୍ରୀ ମାନଂକୁ ଉଦ୍ଧାରକରି ବୋୖଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୁରଣା କଟକ ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି।

Omkar Vasthu
Omkar Vasthu

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.