ଅଲେଖ ମହିମା ଆଶ୍ରମ ମାଟିଆରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ

କେସିଙ୍ଗା, (ବର୍ଦ୍ଧମାନ ଜୈନ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଟିଆ ଗ୍ରାମର ଅଲେଖ ମହିମା ଆଶ୍ରମରେ ବିଶ୍ୱାଶାନ୍ତି ବ୍ରହ୍ମଯଜ୍ଞ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଅନେକ ମହିଳା ଶ୍ରଦ୍ଧାଳୁ କଳସ ଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟାରେ ୧୦୮ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସେହିପରି ଭାବେ ଆଜି (ଶନିବାର) ଓ ରବିବାର ମଧ୍ୟ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରାଯିବ ଓ ବିଶ୍ୱ ଶାନ୍ତି ପାଇଁ ଜ୍ୟୋତି ମନ୍ଦିର ଓ ଧ୍ବନୀ ମନ୍ଦିରରେ ଅଲେଖ ମହିମା ବ୍ରହ୍ମ ନାମରେ ଘୃତାହୂତି ପ୍ରଦାନ କରାଯିବ। ସୋମବାର ସକାଳୁ ପଣାପାଣି ଅର୍ପଣ ସହ ଯଜ୍ଞ ସମାପିତ ହେବ ବୋଲି ଆଶ୍ରମ ପକ୍ଷରୁ ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ କୌଶିକ ବାବାଙ୍କ ଉତ୍ତରାଧିକାରୀ ଶ୍ରୀମଦ୍ ହୃଦାନନ୍ଦ ବାବା ଯାଜ୍ଞିକ ଥିବାବେଳେ କୌପୀନଧାରୀ ମହିମା ସମାଜ ଆଞ୍ଚଳିକ କଳାହାଣ୍ଡି ସଭାପତି ଶ୍ରୀମଦ୍ କିଣୁଛରଣ ବାବା, ଉପ ସଭାପତି ଶ୍ରୀମଦ୍ ଧନେଶ୍ଵର ବାବାଙ୍କ ସମେତ ଶ୍ରୀମଦ୍ ଜନକ ବାବା, ଶ୍ରୀମଦ୍ ଡମ୍ବରୁଧର ବାବା, ଶ୍ରୀମଦ୍ ମଧୁ ବାବା, ଶ୍ରୀମଦ୍ ଶିବ ବାବା, ଶ୍ରୀମଦ୍ ଠାକୁର ବାବା, ଶ୍ରୀମଦ୍ ରାମେଶ୍ବର ବାବା, ଶ୍ରୀମଦ୍ କୁମୁଦ ବାବା, ଶ୍ରୀମଦ୍ ମଙ୍ଗଳୁ ବାବା, ଶ୍ରୀମଦ୍ ମହେନ୍ଦ୍ର ବାବା ପ୍ରମୁଖଙ୍କ ସହ ମହେନ୍ଦ୍ର ତ୍ୟାଗି, ବଶିଷ୍ଟ ତ୍ୟାଗି, ଦଥିରାମ ତ୍ୟାଗି ପ୍ରମୁଖ ଉପସ୍ଥିତ ରହି ଯଜ୍ଞ ଓ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏଥିରେ ବ୍ରହ୍ମ ଯଜ୍ଞ ସହ ଭଜନ, କିର୍ତ୍ତନ, ପ୍ରବଚନ ଆଦି କୋଭିଡ୍ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମ ପରିଚାଳନାରେ ଅଲେଖ ମହିମା ପରିଚାଳନା କମିଟି ଓ ମାଟିଆ ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.