ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ପାନୀୟ ଜଳ ବିତରଣ କେନ୍ଦ୍ରର ଶୁଭାରମ୍ଭ

ଧର୍ମଗଡ: ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଧର୍ମଗଡ ପକ୍ଷରୁ ମୋ କର୍ତ୍ତବ୍ୟ ଅଭିଯାନରେ ଜଳଛତ୍ର ଖୋଳାଯାଇ ଖରା ସମୟରେ ପଥିକମାନଙ୍କୁ ଦହି ସରବତ ଓ ଲେମ୍ବୁପାଣି ବଣ୍ଟନ କରାଯାଇଛି। ଧର୍ମଗଡ ବିଇଓ ବାଞ୍ଛାନିଧି ପୁରୋହିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ଅନୁଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ବାଗ, ଏବିଇଓ ନବକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ଏହାସହ ଆଦିତ୍ୟ ନାରାୟଣ ପତ୍ର, ସୁଧାଂଶୁ ଶେଖର ପଣ୍ଡା, ଅଚ୍ୟୁତାନନ୍ଦ ମଲ୍ଲିକ,ଅଞ୍ଜୁଶ୍ରୀ ମିଶ୍ର, ଅଭିଜିତ ମହାନ୍ତି, ମମତା ଦୋରା, ସୁଜାତା ବିଶି ଓ ବହୁ ଛାତ୍ରଛାତ୍ରୀ ଯୋଗଦେଇ ପାନୀୟ ଜଳ ପ୍ରଦାନ କରିବାରେ ସହଯୋଗ କରିଥିଲେ। ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କର୍ତ୍ତବ୍ୟ ପରାୟଣାତା ଗୁଣର ବିକାଶ ଏବଂ ସାମାଜିକ ଦାୟିତ୍ୱ ବୋଧର ଉନ୍ନତି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna


ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଚାଳିବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ଲାକାର୍ଡ ଜରିଆରେ ଅଂଶୁଘାତ ପ୍ରତି ସଚେତନତା ଜାଗ୍ରତ କରିବା ସହିତ କରୋନା ମହାମାରୀ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି। ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ଜନ ସାଧାରଣ ତଥା ପଥଚାରୀ ମାନେ ବେଶ ପ୍ରଶଂସା କରିଛନ୍ତି।

Udyog Nursery
Udyogi Nursery

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.