
Omkar Vasthu
✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ନିଶ୍ଚିତ ଯିବା
ଏନ୍ତୁଡ଼ି ଶାଳ ରେ ହିଁ ପଡ଼ି ଥିଲା
ଅକ୍ଷତ ଭାବେ ତା’ ଆଦେଶ
ତମ୍ବା ବର୍ଣ୍ଣ ଆପଣଂକ
ଦୀର୍ଘ କେଶ
ସମସ୍ତେ ସେ ଛକକୁ ଯିବା ବୋଲି କହିବା ବେଳେ
ମୋତେ ଦିଶି ଥିଲା, ମହାଶୟା !
ମୁଁ କୁଂକୁରି କାଂକୁରି ହେଇ ଯାଇ ଥିଲି
ଭଂଗା ସମୁଦ୍ର ପରି ।
କେବଳ ସଂଗୀତମୟ ସକାଳକୁ
କିଏ କ’ଣ ସବୁ ଦିନ ପାଇଁ
ବାନ୍ଧି ପାରିଚି ନା’
ବାନ୍ଧି ପାରିବ !
ଅସ୍ପଷ୍ଟ ରଙ୍ଗ ର ଆମ ଦୁଃଖ ଯେତେ
ଆୟୂଷ ର ଭଗ୍ନାଂଶ
ଲୀନ ହେଇ ଯିବ
ଆମେ ସମସ୍ତେ ସେ ଛକକୁ ଯିବା
ନିଶ୍ଚିତ ଯିବା ॥
କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫
Near Ashish Medical Store, Bhawanipatna
Udyogi Nursery