ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ଉତ୍କଳ ବିକାଶ ପରିଷଦର ଦାବିପତ୍ର

ସଦର ମାଟିରେ କୌଣସି ନିନ୍ଦନୀୟ ଘଟଣାକୁ ବରଦାସ୍ତ କରାଯିବ ନାହିଁ -ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ: କଟକ ସଦର କନ୍ଦରପୁର ଥାନା ଅଞ୍ଚଳର ଦିବ୍ୟାଙ୍ଗ ନାବାଳିକାକୁ ନିମେଇଶାପୁର ଗ୍ରାମର ଜଣେ ଅସାମାଜିକ ବ୍ୟକ୍ତି ଦୁଷ୍କର୍ମ କରିବା ପ୍ରତିବାଦ ତଥା ଏହି ନିନ୍ଦନୀୟ କାର୍ଯ୍ୟକୁ ଦୃଢ ବିରୋଧ କରି ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) କନ୍ଦରପୁର ଥାନାରେ ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିବାସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବା, ଉପଯୁକ୍ତ ଭରଣପୋଷପ ବାବଦରେ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ, ସରକାରଙ୍କ ପକ୍ଷରୁ ଆଇନିସେବା ଯୋଗାଇ ଦେବାକୁ ପୋଲିସ କମିଶନର-ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଦରପୁର ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ପରିଷଦର କାର୍ଯ୍ୟକର୍ତା ବର୍ଗ ସୁରେଶ ଜେନା, ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ, ଦେବୀ ପ୍ରସାଦ ପତି, ସିଦ୍ଧାନ୍ତ ଭୋଇ, ଅନିଲ ମହାପାତ୍ର, ସଂଜୟ ସେଠୀ, ରବୀନ୍ଦ୍ର ପାତ୍ର, ସଂଜୟ ସାହୁ, ଲଷ୍ମୀଧର ଜେନା, ବିନୋଦ ଦାଶ, ଅକ୍ଷୟ ଦାଶ, ବଳରାମ ନାୟକ, ବିଶ୍ୱରଂଜନ ଦାଶ, ପ୍ରମୋଦ ସେଠୀ, ମୁନା ପ୍ରଧାନ ପ୍ରମୁଖ ପିଡୀତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଏହି ଅମାନୁଷିକ କର୍ଯ୍ୟକୁ ନିନ୍ଦା କରିବାସହ ପ୍ରଶାସନ ଏହିଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ସଦର ମାଟିରେ ଏପରି କୌଣସି ନିନ୍ଦନୀୟ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ଏହି ଘଟଣାର ଅଭିଯୁକ୍ତକୁ କନ୍ଦରପୁର ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.