ଦେପୁର ହାଇସ୍କୁଲ ତରଫରୁ ମହୁରି ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ନିଆଲ ସମ୍ବର୍ଦ୍ଧିତ

କଳାହାଣ୍ଡି: ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ନିଆଲ ଭବାନୀପାଟଣା ବ୍ଲକର ଦେପୁର ସ୍ଥିତ ଧବଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି। କିଛି ଦିନ ତଳେ ସେ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ମୋ ସ୍କୁଲ ଅଭିଯାନ ପକ୍ଷରୁ ଚାଲୁଥିବା ଏହି ଅଭିଯାନରେ ଆଜି ପ୍ରଥମ ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ତଥା ଦେପୁରବାସୀ ଶ୍ରୀଯୁକ୍ତ ନିଆଲଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଶ୍ରୀ ନିଆଲ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ପଣ୍ଡା, ଦିନମଣି ସା, ପ୍ରମୋଦ ଯୋଶୀ, ନିରାକାର ରାଉତ, ସିଆରସିସି ଜୟନ୍ତ ପତି, ପୁରନ୍ଦର କରୁଆଁ, ରାମେଶ୍ୱର ନାୟକ, ବୈକୁଣ୍ଠ ବିଶ୍ୱାଳ, ଦିବାକର ବିଶ୍ୱାଳ, ମନୋଜ ଗଙ୍ଗଦେଵ, କଣ୍ଠ ବିଶ୍ୱାଳ, ପ୍ରମୋଦ ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଶ୍ରୀଯୁକ୍ତ ନିଆଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛି, ଆଗାମୀ ଦିନରେ ଏହି ବିଦ୍ୟାଳୟରେ କିଭଳି ଭିତ୍ତିଭୂମିର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ, ଏହା ଉପରେ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି କହିଛନ୍ତି ଏବଂ ସେ ସମ୍ପର୍କୀୟ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ସମାଜସେବ କ୍ଷେତ୍ରରେ ଶ୍ରୀଯୁକ୍ତ ନିଆଲଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ ଅବସ୍ଥାପିତ ହୋଇଥିବାବେଳେ ମହୁରୀ ସମେତ ଅନେକ ପତ୍ର ପତ୍ରିକାର ସଂପାଦନା ସହ ଜଡ଼ିତ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଭବାନୀଶଙ୍କରଙ୍କ ଅନେକ କବିତା ବିଦେଶୀ ଭାଷାରେ ଅନୁଦିତ ହୋଇଛି ତାଙ୍କୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚିତି ଆଣିଦେଇଛି। ଏହି ଦୁଇଟି ପୁରାତନ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଶ୍ରୀଯୁକ୍ତ ନିଆଲଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସାଧୁବାଦ ପ୍ରଦାନ କରାଯାଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.