ବଢୁଛି ଖରା, ଖୋଲିନି ଜଳ ଛାତ୍ର

ପ୍ରତିବର୍ଷ ଜଳଛତ୍ରର ବ୍ୟବସ୍ଥା କରିଥାଏ ପ୍ରଶାସନ, ଏଥର ହୋଇନି ଆରମ୍ଭ

ନୂଆପଡା, (ମହେନ୍ଦ୍ର ବାଗ): ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା। ଏଥିରୁ ତ୍ରାହି ପାଇନାହିଁ ନୂଆପଡ଼ା ଜିଲ୍ଲା। ଦିନ ୧୧ଟା ପରେ ରାସ୍ତାରେ ଯିବା ଆସିବା କାଠିକର ପାଠ ହୋଇ ପଡିଛି। ଲୋକେ ମୁଣ୍ଡରେ ଗାମୁଛା ଓ ସାଙ୍ଗରେ ଗୋଟିଏ ପାଣି ବୋତଲ ନ ଧରିଲେ ଘରୁ ବାହାରି ପାରୁ ନାହାନ୍ତି। ଆଗକୁ ଆହୁରି ୨ମାସ କାଳ ଖରା ଦିନ ବାକି ଅଛି। ତେବେ ନୂଆପଡା ଏନ.ଏ.ସି. ରେ ପ୍ରତି ବର୍ଷ ବିଭିନ୍ନ ସ୍ଥାନ ମାନଙ୍କରେ ଜିଲ୍ଲା ପ୍ରଶାସନ ତରଫରୁ ଜଳ ଛାତ୍ର ଖୋଳାଯାଇଥିବା ବେଳେ ଏବର୍ଷ ଏହା ଆରମ୍ଭ ସୋଇନାହିଁ। ତେଣୁ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକିୟ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିଲେ ସାଧାରଣ ଜନତା ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.