ଅନ ଲାଇନ ମାଧ୍ୟମରେ ଅଦ୍ଵିକା କିଶୋରୀ ତାଲିମ କାର୍ଯ୍ୟକ୍ରମ

ରାମନାଗୁଡା: ଆଜି ପ୍ରଥମ ଥର ପାଇଁ କିଶୋରୀ ମାନଙ୍କୁ ନେଇ ଅନଲାଇନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେଉଥିବାରୁ କିଶୋରୀ ମାନଙ୍କୁ କାର୍ଯ୍ୟାଳୟରେ ତାଲିମ ପ୍ରଦାନନ କରି ନିଜ ନିଜ କେନ୍ଦ୍ରରେ ସମନ୍ୱିତ ଶିଶୁ ବିକାଶ ଅଧିନସ୍ତ ସମସ୍ତ ଅଙ୍ଗନବାଡି କେନ୍ଦ୍ରର କିଶୋରୀ ମାନଙ୍କୁ ଏକା ସାଙ୍ଗରେ ଅନ୍ ଲାଇନ ତାଲିମ ପ୍ରଦାନ କରିଥିଲେ। ଶନିବାର ଦିନ ଅଦ୍ଵିକା ଲିଙ୍ଗ ଭିତ୍ତିକ କାର୍ଯ୍ୟସୂଚୀ ଅନୁଯାୟୀ ବାଲ୍ୟ ବିବାହ ରୋକିବା, ବାଲ୍ୟ ଅବସ୍ଥାରେ ବିବାହର କୁପ୍ରଭାବ, କିଶୋରୀ ସମୟରେ ଖାଦ୍ୟର ଖସଡ଼ା ପ୍ରସ୍ତୁତ କରି ସବୁଜ ଓ ତଟକା ପନିପରିବା, ସମସ୍ତ ପ୍ରକାର ଶାଗ ଖାଦ୍ୟ ଆକାରରେ ଖାଇବା, ନିୟମିତ ଆଇରନ ବଟିକା ସେବନ କରିବା ଇତ୍ୟାଦି ସମ୍ପର୍କରେ ତାଲିମ ପ୍ରଦାନ କରିକିଶୋରୀ ମାନଙ୍କୁ ଅବଗତ କରାଇଥିଲେ। ଅନଲାଇନ ତାଲିମ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ମାନଙ୍କ ସମ୍ବନ୍ଧୀୟ ବହୁତ ଭଲ ଭଲ କଥା ଶିଖିବାକୁ ପାଇଲେ ବୋଲି ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର କିଶୋରୀ ମାନେ କହିଛନ୍ତି। ବ୍ଲକର ଅଧିକାଂଶ କେନ୍ଦ୍ରରେ ନେଟୱାର୍କ ସେବା ନଥିବାରୁ ଏହି ଅଦ୍ଵିକା ତାଲିମ ଶିବିରରୁ ବଞ୍ଚିତ ହେଇଥିବା ଜଣାପଡ଼ିଛି। ଏହି ଅଦ୍ଵିକା କିଶୋରୀ ତାଲିମ ଶିବିରରେ ବ୍ଲକର ସମସ୍ତ ମଣ୍ଡଳ ପରିଦର୍ଶିକା ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.