କରୋନାର ନୂଆ ଷ୍ଟ୍ରେନ ପରେ ଓଡିଶା-ଆନ୍ଧ୍ର ସୀମାନ୍ତ ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି

ଆନ୍ଧ୍ର ଓ ତେଲଙ୍ଗାନା ଫେରନ୍ତାଙ୍କ ପାଇଁ ୧୪ଦିିନିଆ କ୍ୱାରେନଟାଇନ୍ ବାଧ୍ୟତାମୂଳକ -ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ରାୟଗଡ, (ଶିବ ନାରାୟଣ ଗୈାଡ): ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ଜିଲ୍ଳାବାସୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଏବଂ ସ୍ଥାନୀୟ ରାସ୍ତାରେ ବୋର୍ଡର ଚେକ୍ ପଂଏଟ୍ ନିର୍ମାଣ କରି ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟରୁ ଅବାଧରେ ପ୍ରବେଶ କରୁଥିବା ଲୋକଙ୍କୁ କଡାକଡି ଯାଂଚ କରିବା ସହ ସେମାନଙ୍କ ଟୀକାକରଣ ପଂଜୀକରଣ ତଥ୍ୟ ଯାଂଚ କରାଯିବା ସହ ସେମାନେ ୧୪ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଳାପାଳ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୦୩/୪/୫/୨୧ରେ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ ରାୟଗଡ ଜିଲ୍ଳାର ଆନ୍ଧ୍ର ସୀମାନ୍ତ ରାୟଗଡ ବ୍ଳକର ମିରାବାଲି ଗ୍ରାମ ପଂଚାୟତର ସାନସାନ୍ଧୁବାଡି ଓ ରେଙ୍ଗାଲପାଡୁ, ବୈରାଗୀହାଲୁଆ ପଂଚାୟତର ସାନଲୁକୁଟି, ଗାଜିଗାଁର ଜଙ୍ଗେସୁ ଓ ବାହିନୀତି କେରଡାର ଏମ୍ପଲୱାଲସା, ଗୁଣପୁର ବ୍ଳକର ଜଗନ୍ନାଥପୁର ଗ୍ରାମ ପଂଚାୟତର ସଦର ପଂଚାୟତର ଜାଗିଲ ସାହି, ଗୋଠଳପଦରର ଜାଗୁରିଗୁଡା, ମୋରାମା ପଂଚାୟତର ଜାଗୁରିଗୁଡା, କୋତାଗୁଡା ଓ ଗୋମୁଗୁଡା ସହିତ ରାମନାଗୁଡା ବ୍ଳକର କାଟିକି ଠାରେ ପୂର୍ବରୁ ଥିବା ବୋର୍ଡର ଚେକ୍ ପଂଏଟ୍‌କୁ ସ୍ଥାନାନ୍ତରିତ କରାଯାଇ ଗୁୁଗୁପାଡୁ ପଂଚାୟତର ସୁଲୁଡି ଛକ ଓ ଆଡମଗୁଡା ଛକରେ ସହ କୋଲନରା ବ୍ଳକର ରେଖାପଦର ପଂଚାୟତର ଲହରଗୁଡା ଠାରେ ନୂତନ ବୋର୍ଡର ଚେକ ପଂଏଟ୍ ଆଜି ଠାରୁ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ରାୟଗଡ ଓ ଗୁଣପୁର ଉପଜିଲ୍ଳାପାଳଙ୍କୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସେଠାରେ ନିୟୋଜିତ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଚେକ ପଂଏଟ ଗୁଡିକରେ ଉପଯୁକ୍ତ ଯାଂଚ ବ୍ୟବସ୍ଥା ପାଇଁ ପୋଲିସ ସୁରକ୍ଷା କର୍ମୀ ମୁତୟନ କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ କରିଛନ୍ତି । ଆନ୍ଧ୍ର-ତେଲଙ୍ଗାନାରୁ ନିଜ ତଥା ଭଡାସୂତ୍ରରେ ଆଣିଥିବା ଯେକୈାଣସି ଦୁଇରୁ ଚାରି ଚକିଆ ଗାଡି ଅଥବା ଟ୍ରେନ ଓ ଅନ୍ୟ କୈାଣସି ସୁବିଧାରେ ରାୟଗଡ ଜିଲ୍ଳାକୁ ପ୍ରବେଶ କରିଥିବା ଲୋକେ ସ୍ଥାନୀୟ ବିଡିଓ ତଥା ପୈାରାଂଚଳର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ କ୍ଳଷ୍ଟର ଟିଏମସିରେ ୧୪ଦିନିଆ ଆନୁଷ୍ପାନିକ କ୍ୱାରେନଟାଇନ୍ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ସରପଂଚ, ୱାର୍ଡସଭ୍ୟ ଭଳି ଜନପ୍ରତିନିଧିମାନେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିବା ସହ ଆନ୍ଧ୍ର-ତେଲଙ୍ଗାନାରୁ ଆସି ଆନୁଷ୍ଠାନିକ କ୍ୱାରେନଟାଇନରେ ନ ଥିଲେ ତୁରନ୍ତ ସ୍ଥାନୀୟ ବିଡିଓ, ପୋଲିସ ଥାନା ତଥା ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶାକୁ ପ୍ରବେଶ କରିବାକୁ ଥିଲେ ଦୁଇଦିନ ପୂର୍ବରୁ ଆରଟିପିସିଆର ପରୀକ୍ଷାର ନେଗେଟିଭ୍ ରିପୋର୍ଟ ସହ କରୋନା ପ୍ରତିଷେଧକ ଦୁଇଟି ଡୋଜ୍ ଟୀକାକରଣ ନେଇଥିବାର ତଥ୍ୟ ପ୍ରଦାନ କରିବା ସହ ୭ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଚିଠିରେ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି କୋଭିଡ-୧୯ ପରିଚାଳନା ନିମନ୍ତେ ଜରୁରୀକାଳନୀ କାର୍ଯ୍ୟରେ ଓଡିଶା ସରକାରଙ୍କ ଅନୁମତି ପାଇ ଆସୁଥିବା ସରକାରୀ ତଥା ଘରୋଇ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କୋଭିଡ ନିୟମ ମାନି ଚଳି ନିଜ କାର୍ଯ୍ୟ ଶେଷ କରିବା ସହ ମନଇଚ୍ଛା ଅନ୍ୟ ସ୍ଥାନକୁ ନ ବୁଲିବା ପାଇଁ ନିର୍ଦ୍ଦେଶ ରହିଛି ।

Udyog Nursery
Udyogi Nursery

ବୁଧବାର ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ରାଜେନ୍ଦ୍ର ମାଝୀ, ରାୟଗଡ଼ ତହସିଲଦାର ଉମାଶଙ୍କର ବେହେରା ଓ ଶେଷଖାଳ ଆଇଆଇସି ବିଜୟ ଲକ୍ଷ୍ମୀ ହିକକା ସହିତ କେରଡା ଚେକିଂ ପଏଣ୍ଟ ଓ ସlନସାନ୍ଧୁବାଡି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କେରଡା ବୋର୍ଡର ଚେକ ପଏଣ୍ଟ ପରି ସାନସାନ୍ଧୁବାଡ଼ିରେ ମଧ୍ୟ ୨୪ଘଂଟିଆ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରିବାକୁ ଆଇଆଇସିଙ୍କୁ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.