ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତରଙ୍କ ଯୋଗଦାନ

କାଶିପୁର: ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିର୍ଘ ଦିନଧରି ଅବ୍ୟବସ୍ଥା ଲାଗି ରହିଥିଲା। କେତେବେଳେ ଡାକ୍ତର ନାହିଁ ତ କେତେବେଳେ ରୋଗୀସେବାର ଠିକ ଠିକଣା ନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଯାଇଥିଲା। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ଏଠାରେ ଡାକ୍ତର ଶାଶ୍ଵତ ପରିଡ଼ାଙ୍କୁ ନିଯୁକ୍ତି କରିଛନ୍ତି।

Omkar Vasthu
Omkar Vasthu

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଅଞ୍ଚଳରେ ଉତ୍କଳ ଆଲୁମିନା ପ୍ରକଳ୍ପ ରହିଥିବା ହେତୁ ଏହି ଅଞ୍ଚଳରେ ଜନଗହଳି ଦେଖିବାକୁ ମିଳିଛି। ଏପଟେ ମହାମାରୀ କରନାର ଦ୍ଵିତୀୟ ଲହରୀ ମଧ୍ୟ ଦିନ କୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି। ଉତ୍କଳ ଆଲୁମିନା ଅଞ୍ଚଳର ସମସ୍ୟାକୁ ନଜରରେ ରଖି ଏକ ବଡ ମେଡିକାଲର ସୁବ୍ୟବସ୍ଥା କରିଥିବା ବେଳେ ଟିକିରିରେ ଏକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ତେବେ ଏହି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଗତିକରି ସ୍ବାସ୍ଥ୍ୟସେବା ଭୁଷୁଡି ପଡ଼ିଛି। ତେଣୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ସାଗର ନାୟକ ଅଛନ୍ତି କିନ୍ତୁ ସେ କିଛି ମାସ ହେବ ଆସୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଡାକ୍ତରଙ୍କ ବିରୋଧରେ ଆଗରୁ ମଧ୍ୟ ଅନେକ ଅଭିଯୋଗ ହୋଇ ଥିବା ଶୁଣିବାକୁ ମିଳିଛି। ଏ ସମ୍ପର୍କରେ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଚାରି ବୁଝିବାରୁ ସେ କୌଣସି ଛୁଟି ନ ମାଗି ଯାଇଥିବା ଦର୍ଶାଇଥିଲେ। ଏହାକୁ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଓ ସେହି ଡାକ୍ତରଙ୍କୁ ଅନ୍ୟତ୍ର ବଦଳି ଦାବୀ କରିଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ରାୟଗଡ଼ା ସିଡିଏମଓ ଡ଼ାକ୍ତର ଆର୍ତବନ୍ଧୁ ନାୟକ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ଡ଼ାକ୍ତର ସାଗର ନାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ପରେ ତାଙ୍କୁ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରି ତାଙ୍କ ଜାଗାରେ ଗୋରଖପୁରରେ କାର୍ଯ୍ୟରତ ଡାକ୍ତର ଶାଶ୍ଵତ ପରିଡ଼ାଙ୍କୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରିଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗ ତଥା ସିଡିଏମଓଙ୍କ ଏହି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ନୂତନ ଭାବେ ନିଯୁକ୍ତ ଡ଼ାକ୍ତର ଏଠାରେ ଉତ୍ତମ ଭାବରେ କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଟିକିରିବାସୀ।

Pearl dental clinic
Near Ashish Medical Store, Bhawanipatna

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.