କଳାହାଣ୍ଡି ଜିଲ୍ଲାପାଳଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ

ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଲାଞ୍ଜିଗଡ: କରୋନା ସଂକଟ ମଧ୍ୟରେ ଲାଞ୍ଜିଗଡ ବ୍ଲକ ଗସ୍ତକରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଡ଼ଃ. ଗାଭାଲି ପରାଗ ହର୍ଷଦ। ଜିଲ୍ଲାପାଳ ପ୍ରଥମେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ମାର୍ଟ ସ୍କୁଲ ଭାବେ ଚୟନ କରା ଯାଇଥିବା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟକୁ ଯାଇ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ।ଏହାପରେ ଦୁର୍ଗମ ତଥା ମାଓ ପ୍ରବଣ ଅଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ କରିଥିଲେ।


ବ୍ଲକ ପ୍ରଶାସନ ଦ୍ୱାରା ତ୍ରିଲୋଚନପୁର ପଞ୍ଚାୟତ କାର୍ଯ୍ୟାଳୟରେ କରାଯାଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦେଖି ସେ ଖୁସି ବ୍ୟକ୍ତ କରିବା ସହିତ ବ୍ଲକ ଓ ପଞ୍ଚାୟତ କତ୍ତୃପକ୍ଷଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହା ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରି ତ୍ରିଲୋଚନ ପୁର ମା’ ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ କିଣା ଯାଉଥିବା ବନ୍ୟଜାତ ଦ୍ରବ୍ୟ ବୁଲି ଦେଖିଥିଲେ।

ପରେ କାନକୁଟୁରୁ ପଞ୍ଚାୟତ ବାରଗୁଡା ଗାଁର ୧୬ଟି ଆଦିବାସୀ ପରିବାରକୁ ପାହାଡ଼ ଉପରୁ ତଳକୁ ଓହ୍ଲେଇ ଦିଆଲବାହିଲି ଠାରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ‘ଆବାସ ନଗର’ ଦେଖି ବ୍ଲକ ପ୍ରଶାସନଙ୍କୁ ପ୍ରଶଂସା କରିଥିଲେ। ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହିତ ଡିଡବ୍ଲୁଓ ଅରବିନ୍ଦ ରାୟ, ପିଏଆଟିଡିଏ ବିରଞ୍ଚି ନାରାୟଣ ଦରବାନ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏଇ ରେଣୁକା ଠାକୁର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ କୁମାର ସାହୁ, ଯନ୍ତ୍ରୀ ପିତାମ୍ବର ହେମ୍ରମ, କାନକୁଟୁରୁ ସରପଞ୍ଚ ସରସ୍ୱତୀ ମାଝୀ, ତ୍ରିଲୋଚନ ପିଇଓ ଅଲେଖ ସା, ଜିଆରଏସ୍ ଅରବିନ୍ଦ ମହାନ୍ତି, କାନକୁଟୁରୁ ପଞ୍ଚାୟତ ପିଇଓ ଈଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.