ଯୁବ ଯାଦବ ମହାସଭା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଧର୍ମଗଡ: ସପ୍ତାହନ୍ତ ସଟଡାଉନ ଓ ଲକଡାଉନକୁ ଦୃଷ୍ଟିରୁ ରଖି ଧର୍ମଗଡ ଯୁବ ଯାଦବ ମହାସଭା ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଆଜି ରବିବାର ସପ୍ତାହନ୍ତ ସଟଡାଉନ ଥିବାରୁ ସହରର ଦୋକାନ ବଜାର ବନ୍ଦ ରହିଛି। ଏହି ସମୟରେ ଧର୍ମଗଡ ସହରର ଶ୍ରମଜିବୀ, ରୋଗୀ, ଜାଜାବର, ଦୁଃଖିରଙ୍କି ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛି ଯୁବ ଯାଦବ ମହାସଭା।

Omkar Vasthu
Omkar Vasthu


ଏନେଇ ଆୟୋଜିତ ଖାଦ୍ୟ ବଣ୍ଠନ କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ ଯାଦବ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜଲ, ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର ବାଗ, ବଗାଡ଼ ଅଞ୍ଚଳ ସଭାପତି ଅରକ୍ଷିତ ଭଇଁସାଲ ଓ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଳ, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ କାର୍ତ୍ତିକ ଛତ୍ରୀଆ ପ୍ରମୁଖ ସାମିଲ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଧର୍ମଗଡ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.