ନର୍ଲା ସାପ୍ତାହିକ ହାଟରେ କୋଭିଡ ନିୟମ ଫୁ’

ନର୍ଲା: ମହାମାରୀ କରୋନା ଦ୍ବିତୀୟ ଲହରରେ ତା’ର ପ୍ରକୋପ ଦେଖାଇ ଚାଲିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟସାରା ସଟଡାଉନ ଓ ଲକଡାଉନ ଜାରି ରହିଛି। ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସତର୍କତା ଓ ସଚେତନମୂଳକ ପନ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଅମାନିଆଙ୍କ ପାଇଁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ଆଜି ନର୍ଲା ଚାରିଛକରେ ବସିଥିବା ରବିବାର ସାପ୍ତାହିକ ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସପ୍ତାହନ୍ତ ସଟଡାଉନ ଓ ଲକଡାଉନକୁ ବେଖାତିର କରି ୭୦ରୁ ଉର୍ଦ୍ଧ୍ଵ ପରିବା ବିକ୍ରେତା ଏବଂ ମସଲା ବେପାରି ପସରା ମେଲାଇ ବସିଥିଲେ। ପସରାସବୁ ଲାଗି ଲାଗି ବସିଥିଲା। ସ୍ବଭାବିକ ସମୟରେ ବଜାର ଯେମିତି ହୁଏ ଆଜିର ନର୍ଲା ହାଟ ମଧ୍ୟ ସମାନ ସ୍ଥିତିରେ ଥିଲା। ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ବଜାରକୁ ଶହ ଶହ ଲୋକଙ୍କ ସମାଗମ ଲାଗି ରହିଥିଲା। ଏଥିରେ ସାମାଜିକ ଦୂରତାର ନାଁ ଗନ୍ଧ ନଥିଲା। ତେବେ ଅଧିକାଂଶ ଗ୍ରାହକ ମାସ୍କ ବ୍ୟବହାର କରିଥିବାବେଳେ ଅନେକ ବ୍ୟବସାୟୀ ଠିକ୍ ଭାବରେ ମାସ୍କ ବ୍ୟବହାର କରିନଥିଲେ। କେବଳ ହାଟ ବସିବାର ସ୍ଥାନ ପରିବର୍ତ୍ତନ ହୋଇଥିବା ବେଳେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନଥିବା ଆଲୋଚନା ହେଉଛି।ବଜାରରେ ଏତେ ସଂଖ୍ୟାରେ ଜନସମାଗମ ହୋଇଥିବାରୁ ସଚେତନ ନାଗରିକମାନେ ଚିନ୍ତା ପ୍ରକଟ କରିଛନ୍ତି। ସୀମିତ ଯାଗାରେ ଏତେ ସଂଖ୍ୟାରେ ପରିବା ବେପାରୀ ଆସି କିପରି ବିକ୍ରିବଟା କଲେ ତାହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ବ୍ଲକର ବିଭିନ୍ନ ଗ୍ରାମରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ନର୍ଲା ବଜାରର ଭିଡ ସମସ୍ତଙ୍କ ମନରେ ଅଜଣା ଭୟ ସୃଷ୍ଟି କରିଛି। ଏଠାରେ ଭିଡ ନିୟନ୍ତ୍ରଣ କରିବାକୁ କୈାଣସି ବ୍ୟବସ୍ଥା ହୋଇନଥିଲା। ଏକା ସାଙ୍ଗରେ ଗୋଟିଏ ପରିବା ପସରାରେ ୫/୭ଜଣ ଗ୍ରାହକ ଏକାସାଙ୍ଗରେ ଖରିଦ କରୁଥିଲେ। ଅଧିକାଂଶ ବ୍ୟବସାୟୀ ନିଜ ପାଖରେ ସାନିଟାଇଜର ରଖିନଥିବା ଦେଖାଯାଇଥିଲା। ଅମାନିଆ ଲୋକେ ଖାମଖିଆଲ ହୋଇ କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଅନ୍ୟପକ୍ଷରେ ଲୋକଙ୍କ ଖାମଖିଆଲ ଗୁଣ ଓ ପ୍ରଶାସନର ଉଦାସୀନତା ଲାଗିରହିଲେ ଆଗକୁ ନର୍ଲାରେ କୋଭିଡ଼ ସ୍ଥିତି କେଉଁ ମୋଡ ନେବ ତାହା କେବଳ ସମୟ ହିଁ କହିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Omkar Vasthu
Omkar Vasthu

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.