ରବି ଋତୁ ଧାନ ସଂଗ୍ରହ ପାଇଁ ରେଙ୍ଗାଲପାଲି ଓ ବିମଳା ଠାରେ ଉଦ୍ଘାଟିତ ହେଲା ମଣ୍ଡି

ଜୟପାଟଣା: ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଜୟପାଟଣା ଅନ୍ତର୍ଗତ ବଡ଼ ପୁଝାରୀ ସମବାୟ ସମିତି ଜରିଆରେ ରେଙ୍ଗାଲ ପାଲି ଠାରେ ଚଳିତ ରବି ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବରି ରାଇସ ମିଲର ଏଜେନ୍ଟ ବିରୁପାକ୍ଷ ପଣ୍ଡା ଉପସ୍ଥିତ ରହି ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ସେବା ସମବାୟ ସମିତିର ସହ କର୍ମଚାରୀ ରମେଶ ଚନ୍ଦ୍ର ନାଏକ, ଡାଟା ଏଣ୍ଟ୍ରି ଅପରେଟର ବିରଞ୍ଚି ନାଏକ, ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଜୟପାଟଣାର ସହ କର୍ମଚାରୀ ଗଙ୍ଗାରାମ ରାଉତ, ବିଭିନ୍ନ ମିଲର ଏଜେଣ୍ଟ ଏବଂ ଚାଷୀ ଓ ମଣ୍ଡି ଶ୍ରମିକ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ବାନେର ପେକ୍ସ ଅଧିନରେ ଥିବା ବିମଳା ମଣ୍ଡି ଠାରେ ଭଇରିପାଲି ସରପଞ୍ଚ ଥବୀର ବାଗ ଉପସ୍ଥିତ ରହି ମଣ୍ଡିଟିକୁ ଶୁଭ ଉଦ୍ଘାଟନ କରି ଥିଲେ। ଏଥିରେ ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ରାଉତ, ମାନସ ରଞ୍ଜନ ପଣ୍ଡା ତଥା ପ୍ୟାକ୍ସର କର୍ମକର୍ତ୍ତା ଓ ଚାଷୀମାନେ ଉପସ୍ଥିତ ରହି ଥିଲେ। ଏହି ଦୁଇ ମଣ୍ଡି ଆରମ୍ଭ ହୋଇଥିବାରୁ ଚାଷୀମାନେ ସୁବିଧାରେ ଧାନ ବିକ୍ରିକରି ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

Udyog Nursery
Udyogi Nursery

ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.