ୟୁଏନ୍ ଗ୍ଲୋବାଲ୍ ସଡ଼କ ସପ୍ତାହ ଗୁଗୁଲ୍ ମିଟ୍ ମାଧ୍ୟମରେ ଉଦଯାପିତ

କଟକ: ଷଷ୍ଠ  ୟୁଏନ୍ ଗୋବାଲ୍ ସଡ଼କ ସପ୍ତାହ ଉତ୍ସବ ଗୁଗୁଲ୍ ମିଟ୍ ମାଧ୍ୟମରେ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମହିଳା ଏବଂ ଶିଶୁ ମଙ୍ଗଳ ବିକାଶ ସମାଜ ଦ୍ୱାରା ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ସ୍ପିଡ଼ ମ୍ୟାନେଜ୍ ମେଣ୍ଟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ପ୍ରାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର-କଟକ ଅବସରପ୍ରାପ୍ତ ଟ୍ରାଫିକ ଡି.ସି.ପି. କୃଷ୍ଣ ଚନ୍ଦ୍ର ସାମଲ, ଆର୍.ଟି.ଓ. କଟକ ଇଂ. ସଞ୍ଜୟ କୁମାର ବେହେରା, ନ୍ୟାୟିକ ସେବା ଅନୁଷ୍ଠାନ ସଭାପତି ଡ଼ଃ. ବିକାଶ ଦlସ, ଚଣ୍ଡିଖୋଲ ବି. ବି. ସ୍ୱୟଂଚାଳିତ ମହାବିଦ୍ୟାଳୟର ସମାଜତତ୍ତ୍ୱ ବିଭାଗୀୟ ମୁଖ୍ୟ ଡ଼ଃ. ସୁଜାତା ସେନାପତି, ସାହାରା ଓଡିଶା ପରିବାରର ଚେୟାରମ୍ୟାନ ଡ଼ଃ. ଅଜୟ ମହାପାତ୍ର ପ୍ରମୁଖ ସଡ଼କ ସୁରକ୍ଷା ଏବଂ ଦୃତ ଗତିକୁ କିପରି ନିୟନ୍ତ୍ରଣ ଏବଂ ପରିଚାଳନା କରାଯାଇପାରିବ ପ୍ରମୁଖ ବିଷୟରେ ଗୁଗୁଲ୍ ମିଟ୍ ଜରିଆରେ ଆଲୋଚନା କରିବା ସହ କିପରି ଜନସାଧାରଣ ଏହାର ସୁଫଳ ପାଇପାରିବେ ଏବଂ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ହିତାଧିମୁଖି ବ୍ୟବସ୍ଥା କିଭଳି ଲୋକଙ୍କ ନିକଟରେ ପହଂଚିପାରିବ ସେ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହିଳା ଏବଂ ଶିଶୁ ମଙ୍ଗଳ ସମାଜ ସମ୍ପାଦିକା ମିନତୀ ବିନ୍ଧାଣୀ ସଂଯୋଜନା କରିବା ସହ ସମସ୍ତ ଅତିଥିଙ୍କ ଆତିଥ୍ୟତା ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନାରେ ଯୋଗ ଦେଇଥିବା ବିଭିନ୍ନ ଅତିଥି ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥି ମାନଙ୍କ ନିକଟରୁ ପ୍ରାପ୍ତ ହେବା ସହ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଆଲୋଚନାରେ ବଡମ୍ବାରୁ ମାନସ ମାନସିଂହ, କୋରାପୁଟରୁ ତ୍ରିନାଥ ପଟ୍ଟନାୟକ, ଡ଼ଃ. ଅକ୍ଷୟ କୁମାର ନାୟକ, ପି.ଏମ. ମନସ୍ବିନୀ ରାଉତରାୟ, ରଙ୍କନିଧି ସାମଲ, ସଂପୂର୍ଣ୍ଣା ମହାନ୍ତି, ମନସ୍ବିନୀ ନାୟକ, ସ୍ବର୍ଣ୍ଣପ୍ରଭା ସ୍ୱାଇଁ, ସ୍ତିତିପ୍ରଜ୍ନା ବାରିକ ପ୍ରମୁଖ ପ୍ରାୟ ୩୦ରୁ ଉର୍ଦ୍ଧ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.