ରୁପ୍ରାରୋଡ ହାଇସ୍କୁଲ ପ୍ରଧାନଶିକ୍ଷକ ବୃନ୍ଦାବନ ପଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ହାଇସ୍କୁଲର ପ୍ରଧାନଶିକ୍ଷକ ବୃନ୍ଦାବନ ପଧାନ ଆଜି ତାଙ୍କ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଲକଡାଉନ ସମୟ ଯୋଗୁଁ କରୋନା କଟକଣା ମଧ୍ୟରେ ବିଦ୍ୟାଳୟର କେଇ ଜଣ ଶିକ୍ଷକ କର୍ମଚାରୀ ଓ ପରିଚାଳନା ସମିତିର ସଦସ୍ୟ ମାନଙ୍କ ଉପସ୍ଥିତିରେ ନିରାଡମ୍ବର ଭାବରେ ତାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଶ୍ରେଣୀ ଗୃହ ହଲ୍ ମଧ୍ୟରେ ସାମାଜିକ ବ୍ୟବଧାନରେ ବସି ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ସମିତିର ସଦସ୍ୟ ମାନେ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପଧାନ ତାଙ୍କର ମିଷ୍ଟ ଭାଷିତା, ଛାତ୍ର ବତ୍ସଳ, ଭଦ୍ର, ନମ୍ର ଓ ସମୟାନୁବର୍ତ୍ତିତା ସ୍ୱଭାବ ଯୋଗୁଁ ତାଙ୍କ ୩୫ ବର୍ଷର ଶିକ୍ଷକତା ଜୀବନରେ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲେ ବୋଲି ବିଦ୍ୟାଳୟର ସହକାରୀ ଶିକ୍ଷକ ତରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପଧାନ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ ଓ ସହକର୍ମୀ ମାନଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର, ଛାତ୍ରଛାତ୍ରୀ ମାନଙ୍କ ସ୍ନେହ ଶ୍ରଦ୍ଧା ତାଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ବିଦାୟୀ କାଳୀନ ବକ୍ତବ୍ୟରେ କହିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜନକ ନାଏକଙ୍କ ଅବସରରେ ପରେ ଗତ ୫ ବର୍ଷ ତଳେ ପ୍ରଧାନଶିକ୍ଷକ ଭାବରେ ବୃନ୍ଦାବନ ପଧାନ ଅବସ୍ଥାପିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.