ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟ ବ୍ୟବସ୍ଥା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପଶୁ, ପକ୍ଷୀ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ କିପରି ପ୍ରବଳ ଗ୍ରୀଷ୍ମ ଦାଉରୁ ଖାଦ୍ୟ ଓ ପାନୀୟ ଜଳ ପାଇବେ ତାକୁ ନେଇ ପୂର୍ବରୁ ଅନୁଷ୍ଠିନ ପ୍ରାଙ୍ଗଣରେ ଆଲୋଚନା ହୋଇଥିଲା।

Omkar Vasthu
Omkar Vasthu


ଆଲୋଚନା ପରେ ଗ୍ରୀଷ୍ମ ଋତୁରେ ବିଭିନ୍ନ ପଶୁପକ୍ଷୀ ପାଣି ଓ ଖାଦ୍ୟ ପାଇଁ ବିକଳିତ ହେଉଥିବାରୁ ପକ୍ଷୀ ମାନଙ୍କ ପାଇଁ ଅନୁଷ୍ଠାନର ସଦଦ୍ୟ ମାନେ ନିଜର କାରୀଗରୀ ବୃଦ୍ଧି ଖଟାଇ କିପରି ସୁବିଧାରେ ପକ୍ଷୀ ମାନେ ଖାଦ୍ୟ ଓ ପାଣି ସୁବିଧାରେ ପାଇ ପାରିବେ ସେଥି ପାଇଁ ୧୦ ଗୋଟି ପୁରୁଣା ତେଲ ଟିଣ ଡ଼ବାକୁ ନେଇ ପକ୍ଷୀଙ୍କ ପାଇଁ କିପରି ଜଳ ଓ ଖାଦ୍ୟ ପାତ୍ର ତିଆରି କରାଯିବ ସେ ନେଇ ଆଲୋଚନା କରାଯାଇ ଗ୍ରାମର କେଶବ ମାଝୀଙ୍କୁ ଏହା ତିଆରି କରିବାର ଦାୟୀତ୍ୱ ଡିଆ ଯାଇଥିଲା। ସମସ୍ତ ସଦସ୍ୟଙ୍କ ଅନୁରୋଧ କ୍ରମେ ମିସ୍ତ୍ରୀ କେଶବ ମାଝୀ ମାଗଣା ଉପକରଣ ଗୁଡିକ ତିଆରି କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ସ୍କୁଲ ପରିସରରେ ଓ ଗ୍ରାମର ଚାରିପଟେ ଗଛ ମାନଙ୍କରେ ୧୦ ଗୋଟି ସ୍ଥାନରେ ପକ୍ଷୀଙ୍କ ନିମନ୍ତେ ଜଳ ଓ ଖାଦ୍ୟ ପାତ୍ର ସବୁ ଲଗାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ଇଂରାଜୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ , ଉପସଭାପତି ସୁକଦେବ ସାହୁ, ମୁଖ୍ୟ ସଦସ୍ୟ ଅସୀମ ଭୋଇ ଓ ଗୋବିନ୍ଦ ମାଝୀ ପ୍ରମୁଖ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗ୍ରୀଷ୍ମ କାଳରେ ନୀରିହ ପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିଥିବାରୁ ସରିଆଁ ଭାବନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ବିଭିନ୍ନ ମହଲରେ ଭୂୟସୀ ପ୍ରସଂଶା କରାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.