କରୋନା ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଳାପାଳ

● ଆଦିବାସୀ ଅଂଚଳବାସୀଙ୍କୁ ସଚେତନ କରିବାରେ ସହାୟକ ହେବ -ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ଆଜି କରୋନା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର । ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ କରୋନା ସମ୍ବନ୍ଧୀତ ସଚେତନତା ବାର୍ତା ନେଇ ଜିଲ୍ଳାବାସୀଙ୍କୁ ସଚେତନ କରିବା ପାଇଁ ଏହି ରଥର ଶୁଭାରମ୍ଭ କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ୟୁନିସେଫ୍ ଓଡିଶାର ମିଳିତ ଆୟୋଜିତରେ ପ୍ରସ୍ତୁତ କରୋନା ସଚେତନତା ରଥ ଆଜି ଠାରୁ ଆସନ୍ତା ଜନୁ୍ ୧୮ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ଅଭିଯାନରେ ସାମିଲ ହେବ ।

Omkar Vasthu
Omkar Vasthu


ହାତକୁ ନିୟମିତ ଭାବେ ଧୋଇବା, ୨ଗଜ ବ୍ୟବଧାନ ମାନିବା, ନାକ ଓ ପାଟି ଘୋଡେଇ ମାସ୍କ ପିନ୍ଧିବା, ନିଜର ପାଳି ଆସିଲେ ଟୀକା ନେବାକୁ ଭୁଲିବା ନାହିଁ, କରୋନା ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଲକଡାଉନ ଓ ସଟଡାଉନ ନିମୟକୁ ମାନିବା ଆଦି ବାର୍ତା ଏହି କରୋନା ସଚେତନତା ପ୍ରଚାର ରଥରେ ଉଲ୍ଳେଖ କରାଯାଇଛି । ରାୟଗଡ ଜିଲ୍ଳାର ଗୁଣପୁର ଓ ରାୟଗଡ ପୈାରାଂଚଳ ସମେତ ଗୁଡାରୀ ଏନଏସି ଅଂଚଳରେ ଏବଂ ସମସ୍ତ ବ୍ଳକ ସଦର ମହକୁମାରେ ଏହି କରୋନା ରଥ ବୁଲି ବୁଲି କରୋନା ସମ୍ବନ୍ଧୀତ ସଚେତନତା ବାର୍ତା ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପ୍ରଚାର କରିବା ଦ୍ୱାରା ଆଦିବାସୀ ଅଂଚଳରେ ଏହା ବେଶୀ ସହାୟକ ହେବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର କହିଥିଲେ ।

Pearl dental clinic
Near Ashish Medical Store, Bhawanipatna


ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ମହେଶ୍ୱର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ ବିଡିଓ ରାଜେନ୍ଦ୍ର କୁମାର ମାଝି, ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.