କୋରାପୁଟ: କୋରାପୁଟ ବ୍ଳକର ଦେଓଘାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଏପରି ଏକ ଶିକ୍ଷା ଅନୁଷ୍ଠାନ ଯେଉଁଠି ବିଦ୍ୟାଳୟ ଛୁଟିଥିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସମସ୍ତ ପର୍ବ ଓ ଜନ ଦିବସ ପାଳନ କରିଥାନ୍ତି। ଯାହାକି କୋରାପୁଟ ଜିଲ୍ଲାରେ ଉକ୍ତ ବିଦ୍ୟାଳୟ ବେଶ ପରିଚିତ। ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଡି.ଏଫ.ଓ ଶ୍ରୀ ସୁନୀଲ କୁମାର ପାଢ଼ୀ କୋରାପୁଟ ରେଞ୍ଜ ଅଫିସର ଶ୍ରୀ ରୋହିତ କୁମାର, ଜଙ୍ଗଲ ବିଭାଗ କର୍ମଚାରୀ ଗୌତମ ବେନିଆ, ମୃତ୍ୟଞ୍ଜୟ ସୁନାଙ୍କ ସହ ପରିବେଶ ପ୍ରେମୀ ତଥା ପ୍ରଧାନ ଶିକ୍ଷକ ଶ୍ରୀ ହରିକୃଷ୍ଣ ମାଝୀ, ପି.ଇ.ଟି ଶିକ୍ଷକ ରାଜ କିଶୋର ମହାନ୍ତି ପ୍ରମୁଖ ଚାରା ରୋପଣ କରିଛନ୍ତି। କରୋନା ଯୋଗୁ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରାଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି।