ସରିଆଁ କ୍ଲଷ୍ଟର୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପିଲାଙ୍କ ନାମଲେଖା, ଇ-ଅଭିଭାବକ-ଶିକ୍ଷକ ସମ୍ମିଳନୀ, ଅନ୍‌ଲାଇନ୍ ଶିକ୍ଷାଦାନ, ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମ୍ ଶିକ୍ଷାଦାନ, ଇ-ପାଠଶାଳା, ଇ-ମୂଲ୍ୟାଙ୍କନ, ଶିକ୍ଷା ସଂଯୋଗ, ଆର୍ଥିକ ପରିଚାଳନା, ଫିଟ୍ ଇଣ୍ଡିଆ ସ୍କୁଲ୍ ପଞ୍ଜିକରଣ, ବୃକ୍ଷରୋପଣ, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ, ମୋ ସ୍କୁଲ୍ ଅଭିଯାନ, ସର୍ବନିମ୍ନ ସାକ୍ଷରତା ଓ ସଂଖ୍ୟାତ୍ମକ ଜ୍ଞାନ, ଇକୋ କ୍ଲବ୍‌, ମଧ୍ୟାହ୍ନ ଭୋଜନ ରେସନ୍ ଓ ରନ୍ଧନ ଖର୍ଚ୍ଚ ବଣ୍ଟନ, ଆଇଏଫ୍‌ଏ ଟାବ୍‌ଲେଟ୍ ବଣ୍ଟନ, ପୁସ୍ତକ ବଣ୍ଟନ, ଆଦୌ ନାମ ଲେଖାଇ ନଥିବା ଓ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ତଥ୍ୟ ସଂଗ୍ରହ, ଶିକ୍ଷକ ପ୍ରୋଫାଇଲ୍ ନବୀକରଣ, ଶିକ୍ଷକଙ୍କ କୋଭିଡ୍ ଟୀକା ଗ୍ରହଣ ଆଦି କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏଥିରେ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳ ସାହୁ, ମହୁଲପଡ଼ା ପ୍ରାଥମିକ ବିଦ୍ୟାଳୟର ଚନ୍ଦ୍ରମଣି ନାଗ, ଗୋଖରା ପ୍ରାଥମିକ ବିଦ୍ୟାଳୟର ଶୁକଦେବ ସାହା, ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟର ସାରଙ୍ଗ ବହିଦାର, ସାନଗୁଣ୍ଡୁରୀ ପ୍ରାଥମିକ ବିଦ୍ୟାଳୟର ସନ୍ତୋଷ କୁମାର ଭୋଇ, ଡଙ୍ଗରଗୁଣ୍ଡୁରୀ ପ୍ରାଥମିକ ବିଦ୍ୟାଳୟର ଭଗବାନ ମାଝୀ, ଚିଆଁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଗଦୀଶ ପ୍ରସାଦ ସାହୁ, ଅର୍ଜୁନ ଗାଁ ପ୍ରାଥମିକ ବିଦ୍ୟାଳୟର ହିମାଦ୍ରୀ ଭୋଇ, ସୁଜିପଟା ପ୍ରାଥମିକ ବିଦ୍ୟାଳୟର ଧର୍ମେନ୍ଦ୍ର ମାଝୀ, ଟୋଳବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ଟଙ୍କଧର ସାହା, ଲମ୍ବୋଦର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.