କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଶେଷରେ ରାସ୍ତାରୋକରୁ ନିବୃତ୍ତ ହୋଇଛନ୍ତି ଉଲିକୁପା ଗାଁର ପୁରୁଷୋତ୍ତମ ଶବର। ତାଙ୍କର ୨୨ ଡିସିମିଲ ଜମି ଉପରେ ପୂର୍ତ୍ତ ବିଭାଗ ରାସ୍ତା ତିଆରି କରି ଏ ପର୍ଯ୍ୟନ୍ତ ଅର୍ଥ ଦେଇ ନ ଥିବାରୁ ଦୁଇ ଦିନ ଧରି ସେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଥିଲେ। ନର୍ଲା ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ ଏ ବିଷୟରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କୁ ଅବଗତ କରାଇବା ପରେ ବିଧାୟକ ଶ୍ରୀଯୁକ୍ତ ସିଂ ତହସିଲଦାରଙ୍କ ସହିତ ଆଲୋଚନା କରି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ରୋକ ହଟିଛି।