ଆମ୍ବ ଗଛ ପଡ଼ି ଦୁଇ ଘର ନଷ୍ଟ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଜକାବାହାଲି ଗ୍ରାମରେ ଆମ୍ବଗଛ ପଡ଼ି ମଗଶୀର ମାଝୀଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ କାର୍ତ୍ତିକ ଭୋଇଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି । ଏକ ବିଶାଳକାୟ ଆମ୍ବଗଛ ପଡ଼ିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଏହି ବିରାଟକାୟ ଗଛକୁ କାଟି ସଫା କରିଥିଲେ । ତେବେ ସୌଭାଗ୍ୟବଶତଃ ଘରେ ଘରେ କେହି ନଥିବା କାରଣରୁ କାହାର କିଛି ହେଇନାହିଁ । ତେବେ ଦୁଇ କ୍ଷତିଗ୍ରସ୍ତଙ୍କୁ ତହସିଲ ତରଫରୁ ଜରିପାଲ ଯୋଗାଇଦିଆଯାଇଛି । ତେବେ ଏମାନଙ୍କୁ ଏବେ ଘର ସଂପୂର୍ଣ୍ଣ ଭାବରେ ତିଆରି କରିବାର ଆବଶ୍ୟକତା ରହିଥିବା ଜଣାଯାଇଛି । ତେଣୁ ଗ୍ରାମବାସୀ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.