ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ପୂର୍ବାହ୍ନ ୧୧ଟାରୁ ଗଜାନନ ବେଶ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ପୁରୀର ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚାଲିଛି ଶ୍ରୀଜିଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଚାଲିଛି । ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି । ଶ୍ରୀଜିଉମାନେ ସ୍ନାନବେଦୀରେ ୧୦୮ କଳସର ସୁବାସିତ ପାଣିରେ ଗୋଧୋଇବେ । ମହାପ୍ରଭୁଙ୍କ ଗଜାନନ ବେଶ ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଯିବ । ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ସ୍ନାନଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । କରୋନା କଟକଣା ଭିତରେ ସ୍ନାନଯାତ୍ରାର ଆୟୋଜନ ହେଉଥିବାରୁ ସାଧାରଣ ଭକ୍ତମାନେ ସ୍ନାନଯାତ୍ରାରେ ସାମିଲ ହୋଇପାରି ନାହାଁନ୍ତି । ସ୍ନାନଯାତ୍ରା ପୂର୍ବରୁ ଆଜି ରାତି (ବୁଧବାର-ଗୁରୁବାର ରାତି) ୧ଟାରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ତା’ପରେ । ରାତି ୧ଟାରୁ ୪ଟା ପର୍ଯ୍ୟନ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହୋଇଥିଲା । ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପ ଲାଗି, ୫ଟା ୩୦ରେ ଅଧର ପୋଛା, ୬ଟାରେ ଅବକାଶ, ୬ଟା ୩୦ରେ ରୋଷହୋମ ହୋଇଥିଲା । ୬ଟା ୪୫ରେ ସୂର୍ଯ୍ୟ ପୂଜା, ୭ଟାରେ ଦ୍ୱାରପାଳ ପୂଜା ଏବଂ ବେଶଶେଷ, ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ, ୧୦ଟାରେ ମଇଲମ, ନୂଆଲୁଗା ଲାଗି ବେଶ, ୧୦ଟା ୩୦ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ ଆଜି ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା, ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳଧୂପ, ୪ଟାରେ ହାତୀବେଶ ମଇଲମ, ପୁଷ୍ପାଞ୍ଜଳି ଓ ଡୋରଲାଗି, ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ କୋଭିଡ-୧୯ କଟକଣା ସହିତ ଏହି ଯାତ୍ରାର ଆୟୋଜନ ହେଉଛି । ଦେବସ୍ନାନ ପୂର୍ଣ୍ଣିମାରେ ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ନିକଟକୁ ବାରଣ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ କରାଯାଇଛି । ସ୍ନାନଯାତ୍ରା ଶେଷ ହେବା ପରେ ୧୪୪ଧାରା ଉଠିବ । କରୋନା ନେଗେଟିଭ ରିପୋର୍ଟ ଥିବା ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.